ଭାରତ ବନ୍ଦକୁ ଦେଖି ବ୍ୟାପକ ସୁରକ୍ଷା, ରାଜଧାନୀରେ ମୁତୟନ ହେବେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ

Published By : Prameya-News7 Bureau | January 07, 2020 IST

ଭୁବନେଶ୍ବର ୭।୧:  ଆସନ୍ତାକାଲି ଭାରତ ବନ୍ଦ ସମୟରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ବିଭିନ୍ନ ଛକରେ ମୁତୟନ ହେବେ ପୋଲିସ । ଷ୍ଟ୍ରାଇକିଂ ଫୋର୍ସକୁ ନିୟୋଜିତ କରାଯିବ । ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ରାଜଧାନୀରେ ମୁତୟନ ରହିବେ । ଆଇନ ଶୃଙ୍ଖଳା ପରିସ୍ଥିତି ଯେଭଳି ନଉପୁଜେ ତା ଉପରେ ନଜର ରଖାଯିବ । ରେଳବାଇ ଓ ବସ୍‌ ଚଳାଚଳ ସ୍ବାଭାବିକ ରଖିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ । ସଚିବାଳୟ ଓ ସ୍କୁଲରେ ପୋଲିସ ଫୋର୍ସ ମୁତୟନ ରହିବେ । ଏନେଇ ଭୁବନେଶ୍ବର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୧୨ ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସ୍ବାଧୀନ ଫେଡରେସନ ମିଳିତ ମଞ୍ଚ । ସରକାରଙ୍କ ‘ଦମନକାରୀ ନୀତି’ ଦେଶର ଆର୍ଥିକ ସଙ୍କଟ, ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନେଇ ବନ୍ଦ ପାଳନ କରାଯିବ। ଶାନ୍ତିପୂର୍ଣ୍ଣ ବନ୍ଦ ପାଳନରେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛି ମଞ୍ଚ ।

ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ । ଭାରତ ବନ୍ଦ ଡାକରା ଯୋଗୁଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.