ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ, ପୋଲିସ ଅଧିକାରୀଙ୍କ ସମେତ ୧୫ ମୃତ

Published By : Prameya-News7 Bureau | April 20, 2020 IST

କାନାଡା, ୨୦|୦୪:  କାନାଡାର ନୋଭା ସ୍କୋଟିଆରେ ଶନିବାର ରାତ୍ରରେ ଜଣେ ଦୁର୍ବୃତ୍ତ ଗୁଳିମାଡ କରିବା ସହ ୧୫ଜଣଙ୍କୁ ହତ୍ୟା କରିଛି । ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ମଧ୍ୟ ରହିଛନ୍ତି । ଦୀର୍ଘ ୧୨ ଘଣ୍ଟା ଧରି ସେ ଆଖିବୁଜା ଗୁଳିମାଡ କରିଥିଲା ।

ପୋଲିସର କହିବାନୁସାରେ, ଜଣେ ସନ୍ଦିଗ୍ଧ ବ୍ୟକ୍ତି ଗୁଳି ଚଳାଇଥିଲା ।ତାଙ୍କ ପରିଚୟ ଗାବ୍ରିଏଲ ଓ୍ୱର୍ଟମ୍ୟାନ ବୋଲି ଜଣାପଡିଛି ।  ଏଥିରେ ପୋଲିସ ଅଧିକାରୀ ହେଇଡି ଷ୍ଟିଭେନସନ ପ୍ରାଣ ହରାଇଛନ୍ତି । ଦୁର୍ବୃତ୍ତଜଣଙ୍କ ପୋଲିସ ପୋଷାକ ପରିଧାନ କରିଥିଲା ।ଏହାସହ ସେ ଏକ ପୋଲିସ କାର ମଧ୍ୟ ଚଲାଉଥିଲା । ଗାବ୍ରିଏଲକୁ ମଧ୍ୟ ଗୁଳି କରି ମାରିଦିଆଯାଇଛି ।

{"id":257063,"width":749,"height":362,"sizeSlug":"large"}

ତେବେ ଏହି ଆକ୍ରମଣ ପଛରେ କଣ କାରଣ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ବିନା କାରଣରେ ସେ ଏପିର ଲୋକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

{"id":257064,"width":746,"height":576,"sizeSlug":"large"}

ଆରସିଏମଏଫ ମୁଖ୍ୟ କ୍ରିସ୍ ଲେଦର କହିଛନ୍ତି ଯେ, ଶନିବାର ରାତି ୧୦ଟା ୩୦ରେ ଜଣେ ବ୍ୟକ୍ତି ଗୁଳିମାଡ କରୁଥିବା ଖବର ମିଳିଥିଲା ।ଏହାପରେ ପୋଲିସ ସେଠାକୁ ଯାଇଥିଲା । ସେତେବେଳକୁ ଗୁଳିକାଣ୍ଡରେ ୧୫ ଜଣ ପ୍ରାଣ ହରାଇ ସାରିଥିଲେ । ଏହା ପଛରେ ଜଣଙ୍କର ହାତ ରହିଛି। ତାକୁ ଗୁଳି କରି ମାରି ଦିଆଯାଇଛି । ଏଥିରେ ଜଣେ ପୋଲିସ ଅଧିକାରୀ ପ୍ରାଣ ହରାଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.