ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୧୫ଆହତ

Published By : Prameya-News7 Bureau | May 01, 2019 IST

ବଡବିଲ୧|୫: ୫୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ କଣ୍ଡରା ଛକ ନିକଟରେ ନନ୍ଦ ଟ୍ରାଭେଲ୍ସର ଯାତ୍ରୀବାହୀ ବସ  ରଥଯାତ୍ରା, ଭାରସାମ୍ୟ ହରାଇ ଓଲଟିବା ଫଳରେ ୧୫ରୁ ଅଧତ୍କ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ବାସୁଦେବପୁର ମେଡିକାଲ ଓ ଚମ୍ପୁଆ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଉଛି ।

{"id":109392}

ଆଜି ସକାଳୁ ୩୨ ସିଟ୍ ବିଶିଷ୍ଟ ଏହି ଯାତ୍ରୀବାହୀ ବସ୍ ରଥଯାତ୍ରା, ବଲାଣୀ ଠାରୁ କରିଆ ଅଭିମୁଖେ ଯାଉଥିଲା । ଏନଏଚ୍ ୫୨୦ର ପ୍ରସସ୍ତିକରଣ କାମ ଚାଲୁଥିବାରୁ, କଣ୍ଡରା ଛକ ନିକଟରେ ଡାଇଭରସନ୍ କରାଯାଇଛି । ତବେ ସକାଳ ସାଢ଼େ ୭ଟା ବଳେ, ଯୋଡ଼ା ଥାନା କଣ୍ଡରା ଛକ ନିକଟରେ କରାଯାଇଥିବାଏହି ଡାଇଭରସନରେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ଥିଲା । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ । ଯୋଡ଼। ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।

{"id":109393}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.