୧୫ ଆଇଏଏସ ଅଧିକାରୀଙ୍କୁ ମିଳିଲା ପଦନ୍ନୋତି : ଜି. ମାଥ୍ୟୁଭାଥନନ୍ ହେଲେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ

Published By : Prameya-News7 Bureau | December 31, 2018 IST

 ଭୁବନେଶ୍ୱର ୩୧/୧୨ :୧୫ ଜଣ ଆଇଏଏସ ଅଧିକାରୀଙ୍କୁ ରାଜ୍ୟ ସରକାର ପଦନ୍ନୋତି ଦେବାସହ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି. ମାଥ୍ୟୁଭାଥନନ୍‌ଙ୍କୁ ଏଚଏଜି ଗ୍ରେଡକୁ ପଦନ୍ନୋତି ଦିଆଯାଇଛି । ପଦନ୍ନୋତି ପରେ ତାଙ୍କୁ ସେହି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଇପିକଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଜାଓ୍ୱଲା ନିତିନ୍ ଭାନୁଦାସଙ୍କୁ ସୁପର ଟାଇମ ସ୍କେଲକୁ ପଦନ୍ନୋତି ଦିଆଯାଇଛି । ତାଙ୍କୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ।

ଜେଲ୍ ବିଭାଗର ଅତିରିକ୍ତ ଆଇଜି ମନୋରଞ୍ଜନ ପଟ୍ଟନାୟକଙ୍କୁ ପଦନ୍ନୋତି ଦିଆଯିବା ସହ ସେ ସେହି ପଦବୀରେ କାର୍ଯ୍ୟ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜେଲ୍ ଅତିରିକ୍ତ ଆଇଜି ପଦବୀକୁ ସଚିବ ସ୍ତରକୁ ଉନ୍ନିତ କରାଯାଇଛି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର ଧୀରେନ କୁମାର ପଟ୍ଟନାୟକଙ୍କୁ ସୁପର ଟାଇମ ସ୍କେଲକୁ ପଦନ୍ନୋତି ଦିଆଯାଇଛି । ସେ ସେହି ପଦବୀରେ ହିଁ କାର୍ଯ୍ୟ କରିବେ । ତେବେ ଏହି ପଦବୀକୁ ମଧ୍ୟ ସଚିବ ସ୍ତରକୁ ଉନ୍ନିତ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଚିରିକ୍ତ ସଚିବ ପୁରୁଷୋତ୍ତମ ସାହୁଙ୍କୁ ପଦନ୍ନୋତି ମିଳିଛି । ପଦନ୍ନୋତି ପରେ ତାଙ୍କୁ ସେହି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଅନୁଗୁଳ ଜିଲ୍ଲାପାଳ ଅନୀଲ କୁମାର ସାମଲଙ୍କୁ ପଦନ୍ନୋତି ଦିଆଯିବା ସହ ସେ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ହସ୍ତତନ୍ତ, ବୟନ ଏବଂ ହସ୍ତକଳା ବିଭାଗର ଅତିରିକ୍ତ ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ପଦନ୍ନୋତି ଦିଆଯିବା ସହ ସେହି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଅର୍ଥ ବିଭାଗର ଅତିରିକ୍ତ ସଚିବ ତଥା ଆନୁଷ୍ଠାନିକ ବିତ୍ତ ନିର୍ଦ୍ଦେଶକ ପ୍ରଦୀପ କୁମାର ବିଶ୍ୱାଳଙ୍କୁ ପଦନ୍ନୋତି ଦିଆଯିବା ସହ ଆନୁଷ୍ଠାନୁକ ବିତ୍ତ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି କରାଯାଇଛି । ଯୋଜନା ଓ ସମନ୍ୱୟ ବିଭାଗର ଅତିରିକ୍ତ ସଚିବ ଗୋପବନ୍ଧୁ ଶତପଥୀଙ୍କୁ ପଦନ୍ନୋତି ଦିଆଯାଇ ସେହି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ପଦନ୍ନୋତି ଦିଆଯିବା ସହ ସେ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ରାଉରକେଲା ସ୍ମାର୍ଟ ସିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡାଙ୍କୁ କନିଷ୍ଠ ପ୍ରଶାସନିକ ସ୍ତରକୁ ପଦନ୍ନୋତି ଦିଆଯାଇଛି । ତେବେ ସେ ସେହି ପଦବୀରେ ହିଁ କାର୍ଯ୍ୟ କରିବେ । ରାଉରକେଲା ସ୍ମାର୍ଟ ସିଟି କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀକୁ ଯୁଗ୍ମ ସଚିବ ପାହ୍ୟାକୁ ଉନ୍ନିତ କରାଯାଇଛି । ସେସୁର କାର୍ଯ୍ୟନିର୍ବାହୀ ଅଧିକାରୀ ମହମ୍ମଦ ସଦ୍ଦିକ ଆଲାମଙ୍କୁ କନିଷ୍ଠ ପ୍ରଶାସନିକ ଗ୍ରେଡ଼କୁ ପଦନ୍ନୋତି ଦିଆଯାଇଛି । ଏବଂ ସେ ସେହି ପଦବୀରେ କାର୍ଯ୍ୟ କରିବେ ବୋଲି କୁହାଯାଇଛି । କନ୍ଧମାଳ ଜିଲ୍ଲାପାଳ ଡକ୍ଟର ବୃନ୍ଦା ଡିଙ୍କୁ ପଦନ୍ନୋତି ମିଳିଛି । ସେ ସେହି ପଦବୀରେ କାର୍ଯ୍ୟ କରିବେ । ଟିଡକଲର ପରିଚାଳନା ନିର୍ଦ୍ଦେଶିକା ମାନସୀ ନିମ୍ଭାଲଙ୍କୁ ପଦନ୍ନୋତି ଦିଆଯାଇଛି । ପଞ୍ଚାୟତରାଜ ଏବଂ ପାନୀୟଜଳ ବିଭାଗର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କନିଷ୍ଠ ପ୍ରଶାସନିକ ଗ୍ରେଡକୁ ପଦନ୍ନୋତି ଦିଆଯାଇଛି । ସେ ସେହି ପଦବୀରେ ହିଁ କାର୍ଯ୍ୟ କରିବେ ବେଲି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.