ସ୍କାନରରେ ତବଲୀଗୀ ଜମାତ: ନିଜାମୁଦ୍ଦୀନ ସମ୍ମିଳନୀରେ ସାମିଲ ହୋଇଥିଲେ ଓଡିଶାରୁ ୧୫, ପାକ୍ ଓ ମାଲେସିଆରେ ମଧ୍ୟ ସଂକ୍ରମଣର କାରଣ ଏହି ଧାର୍ମିକ ଅନୁଷ୍ଠାନ

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ, ୩୧|୦୩: ସାରା ବିଶ୍ୱରେ କରୋନା ମହାମାରୀ ଭଳି ବ୍ୟାପିବାରେ ଲାଗିଛି । ଭାରତରେ ମଧ୍ୟ ଏହି ମାରାତ୍ମକ ଭାଇରସ ୧୩୦୦ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିବା ସହ ୩୫ଜଣଙ୍କ ଜୀବନ ନେଲାଣି । ଏହା ମଧ୍ୟରେ ଦିଲ୍ଲୀର ନିଜାମୁଦ୍ଦୀନ ଅଞ୍ଚଳରେ ଥିବା ତଲ୍ଲିଗୀ-ଏ-ଜମାତର ମରକଜରେ ଆୟୋଜିତ ଧାର୍ମିକ ସମାରୋହରେ ସାମିଲ ହେବା ପରେ ଅନେକ ରାଜ୍ୟରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏଠାରେ ଯୋଗ ଦେଇଥିବା ଦିଲ୍ଲୀର ୨୪ ଓ ଆନ୍ଧ୍ରପ୍ରଦେଶର ୧୧ଜଣଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ ଆସିଛି ।

ଏହି ସମାରୋହରେ ଯୋଗଦେବା ପାଇଁ କେବଳ ଦିଲ୍ଲୀ କିମ୍ବା ଆଖପାଖ ଅଞ୍ଚଳ ନୁହେଁ ଦେଶର ଅନ୍ୟ ରାଜ୍ୟ ଓ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଯୋଗଦେଇଥିଲା । ଏପରିକି ଓଡିଶାରୁ ମଧ୍ୟ ୧୫ ଜଣ ଶ୍ରଦ୍ଧାଳୁ ଏହି ସମାରୋହରେ ଯୋଗଦେଇଥିବା ଜଣାପଡିଛି ।

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦର ଜୈନଙ୍କ ସୂଚନାନୁସାରେ, ନିଜାମୁଦ୍ଦୀନ ଅଞ୍ଚଳରେ ଥିବା ତଲ୍ଲିଗୀ-ଏ-ଜମାତର ମରକଜରେ ଆୟୋଜିତ ଧାର୍ମିକ ସମାରୋହରେ ସାମିଲ ହେବା ପରେ ଅନେକ ରାଜ୍ୟରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏଠାରେ ଯୋଗ ଦେଇଥିବା ଦିଲ୍ଲୀର ୨୪ ଓ ଆନ୍ଧ୍ରପ୍ରଦେଶର ୧୧ଜଣଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ ଆସିଛି । ଏହି ମକରଜରେ ୧୫୦୦ରୁ ୧୭୦୦ ଲୋକ ଜମା ହୋଇଥିବା ସେ କହିଛନ୍ତି । ଏବେସୁଦ୍ଧା ୧୦୩୩ ଲୋକଙ୍କୁ ବାହାର କରାଯାଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏବେସୁଦ୍ଧା ୩୩୪ଜଣଙ୍କୁ ମେଡିକାଲ ପଠାଯାଇଛି । ୭୦୦ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ମରକଜରେ ଡାକ୍ତରୀ ଟିମ ପହଁଚି ଲୋକଙ୍କୁ ବାହାର କରୁଛନ୍ତି ।ଏହାସହ ଆଖପାଖ ଅଞ୍ଚଳକୁ ମଧ୍ୟ ସାନିଟାଇଜ କରାଯାଉଛି ।

ଓ଼଼ଡିଶା ବ୍ୟତୀତ, ଆଣ୍ଡାମାନ, ଆସାମ, ବିହାର, ହରିୟାଣା, ହିମାଚଳ ପ୍ରଦେଶ, ହାଇଦ୍ରାବାଦ, କେରଳ, ମହାରାଷ୍ଟ୍ର, ମେଘାଳୟ, ମଧ୍ୟପ୍ରଦେଶ ଆଦି ରାଜ୍ୟରୁ ଶ୍ରଦ୍ଧାଳୁ ସେଠାକୁ ଯାଇଥିଲେ । ଆହୁରି ମଧ୍ୟ ପଞ୍ଜାବ, ରାଞ୍ଚୀ, ଉତରାଖାଣ୍ଡ, ପଶ୍ଚିମବଙ୍ଗରୁ ମଧ୍ୟ ଶ୍ରଦ୍ଧାଳୁ ସେଠାରୁ ଫେରି ବିଭିନ୍ନ ମସଜିଦରେ ସଭାସମିତି କରିଥିବା ସୂଚନା ମିଳିଛି ।

ଏହି ଧାର୍ମିକ ଅନୁଷ୍ଠାନ ମାର୍ଚ୍ଚ ୧୨ରେ ପାକିସ୍ତାନରେ ମଧ୍ୟ ଏକ ସମାରୋହ ଆୟୋଜନ କରିଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ସ୍ଥାନରୁ ଲୋକଙ୍କ ଭିଡ ଜମିଥିଲା । ପ୍ରଶାସନର ବାରଣ ସତ୍ୱେ ମଧ୍ୟ ସେମାନେ ଏକାଠି ହୋଇଥିଲେ । ପରେ ସେମାନଙ୍କ ମଧ୍ୟରୁ ୨୭ ସଦସ୍ୟଙ୍କ ଠାରେ କରୋନା ଭାଇରସ ଚିହ୍ନଟ ହୋଇଥିଲା । ସେହିପରି ମାଲେସିଆରେ ଏହି ସମାରୋହରେ ଯୋଗଦେଇଥିବା ୬୨୦ ଜଣ କରୋନାରେ ସଂକ୍ରମିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.