ଗଜପତି ଜିଲ୍ଲାରୁ ଆଜି ୧୫ କରୋନା ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | July 20, 2020 IST

ଗଜପତି ୨୧।୦୭: ଗଜପତି ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗଜପତି ଜିଲ୍ଲାରେ ୧୫ଜଣ ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ତାହାମଧ୍ୟରୁ ୧୩ ଜଣ କେବଳ ପାରଳାଖେମୁଣ୍ଡି ପୌରପରିଷଦର ହୋଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।

ତେବେ ଆଜି ପାରଳାଖେମୁଣ୍ଡି ସହରର କରଣ ସହି, କୁମୁଟି ସାହି,ଜଗନ୍ନାଥ ବିହାର, ଦାମୋଦର ବିହାର,ଓଁ ଶାନ୍ତି କଲୋନୀ,କେଉଟ ସହି,ବାଟଗଉଡ଼ ସହି,ତେଲୁଗୁ ଶୁଣ୍ଢି ସାହି, ବଡଦାଣ୍ଡ ସାହି ଅଂଚଳରୁ ୧୩ ଜଣ କରନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପାରଳାଖେମୁଣ୍ଡିର ଜଣେ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ବରଣ କରିଛନ୍ତି। ସେ ବହୁଦିନ ହେଲା ଡାଇବାଟିସ ରୋଗରେ ପୀଡିତ ଥିଲେ । କରୋନା ଆକ୍ରନ୍ତ ହେବା ପରେ ବ୍ରହ୍ମପୁରରେ ଚିକିତ୍ସିତ ହେଉଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.