ବାଇକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାଶ, ୧୫ ମୋଟର ସାଇକେଲ-କାର-ବୋଲେରୋ ଜବତ କଲା ପୁଲିସ

Published By : Prameya-News7 Bureau | November 14, 2020 IST

ନୀଳଗିରି ୧୪।୧୧: ବାଲେଶ୍ଵର ଇଣ୍ଡଷ୍ଟ୍ରି ଥାନା ଅଧୀନରେ ବାଇକ ରାକେଟ ଠାବ। ରାକେଟ୍‌ର ପର୍ଦ୍ଦାଫାଶ କରିବା ସହିତ ପୁଲିସ ୧୫ ମୋଟର ସାଇକେଲ, ଗୋଟିଏ କାର, ଗୋଟିଏ ବଲେରୋ ଗାଡି ଜବତ କରିଛି। ବାଲେଶ୍ଵରର ବିଭିନ୍ନ ଅଞ୍ଚଳରୁ ୫ ଜଣ ଚୋର ଗିରଫ ହୋଇଛନ୍ତି। ଇଣ୍ଡଷ୍ଟ୍ରି ଥାନା ଅଧିକରିଣୀ ମିନତୀ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି। କିଛିଦିନ ଧରି ବାଲେଶ୍ଵର ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ସକ୍ରିୟ ହୋଇ ଉଠିଥିଲେ ବାଇକ ଚୋର। ଏହା ପୁଲିସ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିଲା। ବାଇକ୍‌ ଚୋରି ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। ପରେ ପୁଲିସ ମାମଲାର ଖୋଳତାଡ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.