ମଣିପୁରରେ ବସ୍ ଦୁର୍ଘଟଣା : ୧୫ରୁ ଅଧିକ ଓଡିଆ ଜୁଡୋକା ଆହତ

Published By : Prameya-News7 Bureau | October 20, 2019 IST

ମଣିପୁର ୨୦।୧୦: ମଣିପୁରରେ ବସ୍ ଦୁର୍ଘଟଣା ହୋଇଛନ୍ତି । ଭାରସାମ୍ୟ ହରାଇ ଓଲଟି ପଡିଛି ବସ୍ । ବସ୍ ରେ ଯାଉଥିବା ଓଡ଼ିଶା ସବ୍‌ଜୁନିୟର ଓ କ୍ୟାଡେଟ୍‌ ଜୁଡୋକା ଆହତ ହୋଇଛନ୍ତି । ୧୫ରୁ ଅଧିକ ଜୁଡୋକାଙ୍କୁ ଆଘାତ ଲାଗିଛି ।

ଜାତୀୟ ପ୍ରତିଯୋଗୀତା ସାରି ସେମାନେ ବସରେ ଫେରିବା ବେଳେ ବସଟି ଘାଟିରେ ଓଲଟି ପଡିଥିଲା । ବସ୍‌ଟି ଇମ୍ଫାଲ୍‌ରୁ ଆସୁଥିଲା ଦିମାପୁର । ଦିମାପୁରରୁ ଭୁବନେଶ୍ବରକୁ ଟ୍ରେନ୍‌ ଧରିଥାନ୍ତେ ଓଡ଼ିଶା ଜୁଡୋକା । ବସରେ ୨୮ ଜଣ ଖେଳାଳି ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.