Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଆଫଗାନିସ୍ତାନ ପାଇଁ ବଢ଼ିଲା ସଙ୍କଟ : ଇରାନରୁ ପହଞ୍ଚିଲେ ୧.୫ଲକ୍ଷରୁ ଅଧିକ ଲୋକ, ମୃତ୍ୟୁମୁଖରେ ୩.୪କୋଟି

27/03/2020 at 10:13 AM

ଲଣ୍ଡନ ୨୭/୩: ଇରାନରେ କରୋନା ଭାଇରସରେ ଏବେ ୧୫୭ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ଏବେ ସୁଦ୍ଧା ପାଖାପାଖି ୨୨୩୪ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହା କରୋନା ଭାଇରସ୍ ପ୍ରଭାବିତ ଷଷ୍ଠତମ ସବୁଠୁ ବଡ଼ ଦେଶ। ଏପରି ପରିସ୍ଥିତିରେ ଏଠାରେ ରହୁଥିବା ଆଫଗାନିସ୍ତାନର ଲୋକେ ନିଜ ଦେଶକୁ ଫେରି ଯାଉଛନ୍ତି। ମାର୍ଚ୍ଚ ୮ରୁ ମାର୍ଚ୍ଚ ୨୧ତାରିଖ ଯାଏଁ ଇରାନରୁ ପାଖାପାଖି ୧.୧୫ଲକ୍ଷ ଲୋକ ଫେରି ସାରିଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ୧୦ପ୍ରତିଶତ ଲୋକଙ୍କ ସ୍କ୍ରିନିଂ ହୋଇଛି। ଏହି ଲୋକମାନେ ହେରାତ ପ୍ରାନ୍ତ ରାସ୍ତାରେ ପ୍ରବେଶ କରୁଛନ୍ତି। ଏଠାରେ ଏବେ ସୁଦ୍ଧା ୫୮ ପଜିଟିଭ ମାମଲା ଆସିଛି। ସମଗ୍ର ଆଫଗାନିସ୍ତାନରେ ୮୪ଟି ମାମଲା ଆସିଛି। ଏମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇସାରିଛି।

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅନୁସାରେ ସରକାର ଅନୁମାନ କରୁଛନ୍ତି ଯେ ଇରାନରୁ ଆସୁଥିବା ଲୋକଙ୍କ ଯୋଗୁଁ ଦେଶରେ ପାଖାପାଖି ୩.୪୦କୋଟି ଲୋକଙ୍କୁ କରୋନା ଆଶଙ୍କା ରହିଛି। ପରିସ୍ଥିତିକୁ ନିୟନ୍ତ୍ରିତ ନ କରାଗଲେ ୧.୧୦ଲକ୍ଷ ଲୋକ ମୃତ୍ୟୁବରଣ କରିବାର ସମ୍ଭାବନା ରହିଛି। ସେପଟେ ରାଷ୍ଟ୍ରପତି ଅଶରଫ ଗନି ଭିଡ଼ ନ କରିବାକୁ ଅପିଲ କରିଛନ୍ତି,କିନ୍ତୁ ଲୋକେ ମାନୁ ନାହାନ୍ତି। ଜାପାନ,ଋଷ ଏବଂ ସିଙ୍ଗାପୁର ଭଳି କମ୍ ପ୍ରଭାବିତ ଦେଶରେ ମଧ୍ୟ କଟକଣା ଆରମ୍ଭ ହୋଇଯାଇଛି। ମସ୍କୋରେ ଖାଦ୍ୟ ଏବଂ ଔଷଧ ଦୋକାନକୁ ଛାଡ଼ି ବାକି ଅନୁଷ୍ଠାନକୁ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି। ଏବେ ସୁଦ୍ଧା ବିଶ୍ବରେ ୨୧,୧୫୨ଲୋକଙ୍କ ମୃତ୍ୟୁ ହୋଇ ସାରିଛି।

ଏଜେନ୍ସିର କହିବା ଅନୁସାରେ ଯଦି ସୀମାକୁ ବି ବନ୍ଦ କରି ଦିଆଯାଏ, ତେବେ ବି ଆଫଗାନୀ ଦେଶକୁ ଫେରିବାର କୌଣସି ନା କୌଣସି ରାସ୍ତା ଖୋଜି ନେଉଛନ୍ତି। ଏହି ଲୋକମାନେ ଯାତ୍ରୀ ଭର୍ତ୍ତି କରି ଯାଉଥିବା ଟାକ୍ସି,ବସ୍ ଏବଂ ଭ୍ୟାନରେ ଆଫଗାନିସ୍ତାନ ଫେରି ଯାଉଛନ୍ତି। ଅଧିକାଂଶ ଲୋକେ ହେରାତର ହୋଟେଲ୍ ଏବଂ ହଷ୍ଟେଲରେ ରହୁଛନ୍ତି। ଏଠାରେ ମଧ୍ୟ ସ୍ବାସ୍ଥ୍ୟକର୍ମୀ,ମାସ୍କ ଏବଂ ଥର୍ମୋମିଟରର ଅଭାବ ରହିଛି। ଅଧିକାଂଶ ଲୋକଙ୍କର ଫ୍ଳୁର ଲକ୍ଷଣ ଦେଖାଯାଉଛି।

   Related Posts