Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଟୁଁମ୍ପୁଲୁ ଟୁଁମ୍ପା ୨୦୧୮ : ୩୦୦ ଜଣ କଲେ ଅଂଶଗ୍ରହଣ, ୧୫ କୁନି ଚିତ୍ରକର ପୁରସ୍କୃତ

20/11/2018 at 5:21 PM

ଭୁବନେଶ୍ୱର ୨୦/୧୧ : ଭୁବନେଶ୍ୱର ନିକଟ ବାଲିପାଟଣାର ବିଶ୍ୱନାଥପୁରରେ ଟୁଁମ୍ପୁଲୁ ଟୁଁମ୍ପା ୨୦୧୮ ଆୟୋଜିତ ହୋଇଯାଇଛି | ଏଥିରେ ଶିଶୁ ଚିତ୍ରକଳା ପ୍ରତିଯୋଗିତା କୁନି ଚିତ୍ରକରର ଆୟୋଜନ କରାଯାଇଥିଲା | ଯେଉଁଥିରେ ବାଲିପାଟଣା, ବାଲିଅନ୍ତା ଓ ନିମାପଡ଼ା ବ୍ଲକର ପାଖାପାଖି ତିନି ଶହ ପିଲା ସାମିଲ ହୋଇଥିଲେ | ଏଥିରେ ସମୁଦାୟ ୧୫ ଜଣ ପିଲାଙ୍କୁ କୁନି ଚିତ୍ରକର ପୁରସ୍କାର ଦିଆଯାଇଥିଲା | ଲଳିତକଳା ଏକାଡେମୀର ପୂର୍ବତ୍ତନ ସମ୍ପାଦକ ତାରାକାନ୍ତ ପରିଡ଼ା ଏଥିରେ ଯୋଗଦେଇଥିଲେ | 

ଏହା ସହ ପ୍ରଥମଥର ପାଇଁ ନୋ ଇୟୋର୍‍ ରେପ୍‍ଟାଇଲ୍‍ସର ଆୟୋଜନ କରାଯାଇଥିଲା | ଯେଉଁଥିରେ ସ୍କୁବା ଡାଇଭର୍‍, ରେପ୍‍ଟାଇଲ୍‍ ଓ ଆନିମଲ୍‍ ରେସ୍କକୁୟର ଶୁଭେନ୍ଦୁ ସ୍ୱାଇଁ ଯୋଗଦେଇ ପିଲାମାନଙ୍କୁ ବିଭିନ୍ନ ପ୍ରକାର ସାପଙ୍କ ଫଟୋ ଦେଖାଇବା ସହ ସାପଙ୍କ ବିଷୟରେ ଅବଗତ କରାଇଥିଲେ | ହଠାତ ସାପ କାମୁଡ଼ିଲେ ଜୀବନ ରକ୍ଷା ପାଇଁ କଣ କରାଯାଇପାରିବ ସେସବୁ ବିଷୟ କହିଥିଲେ | ଏହାପରେ ପିଲାମାନଙ୍କ ପାଇଁ ଥିଲା ଷ୍ଟୋରୀ ଟେଲିଙ୍ଗ୍‍ ସେସନ | ଯେଉଁଥିରେ ବକୁଳ ଫାଉଣ୍ଡେସନର ସଭ୍ୟ ସୌଭାଗ୍ୟ ଓ ଷ୍ଟୋରୀ ଟେଲର୍‍ ତଥା ସମାଜସେବା ସମ୍ପଦ ମହାପାତ୍ର ପିଲାମାନଙ୍କୁ ବିଭିନ୍ନ ଶିକ୍ଷଣୀୟ କାହାଣୀ କହିଥିଲେ | 

ରେପ୍‍ଟାଇଲ୍‍ ଓ ଆନିମଲ୍‍ ରେସ୍କକୁୟର ଶୁଭେନ୍ଦୁ ସ୍ୱାଇଁଙ୍କ ସହ କମ୍ୟୁନିଟି ହେଲ୍‍ପର୍‍ ଭାବେ ବିଶ୍ୱନାଥପୁର ପୋଷ୍ଟ ଅଫିସର କର୍ମକର୍ତ୍ତା ଗୋବିନ୍ଦ ଚନ୍ଦ୍ର ମହାରଣା ଓ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀଙ୍କୁ ଟୁଁମ୍ପୁଲୁ ଟୁଁମ୍ପା ୨୦୧୮ ସମ୍ମାନରେ ସମ୍ମାନିତ କରାଯାଇଥିଲା | ଏହା ସହ ଚଣାହାଟ୍ଟ ହାଇସ୍କୁଲ୍‍ର ଦଶମ ଶ୍ରେଣୀରେ ସବୁଠୁ ଅଧିକ ନମ୍ବର ରଖିଥିବା ଅଭିଷେକ ପାତ୍ରଙ୍କୁ କାହ୍ନୁ ଚରଣ ପରିଡା ସ୍ମୃତି ସମ୍ମାନରେ ୫ ହଜାର ଟଙ୍କାର ଚେକ୍‍ ସହ ଟ୍ରଫି ଓ ସାର୍ଟିଫିକେଟ ଦିଆଯାଇଥିଲା |

ଦୀର୍ଘ ସାତ ବର୍ଷ ହେଲା ସୌମ୍ୟ ମେମୋରିଆଲ୍‍ ଟଷ୍ଟ୍ର ପକ୍ଷରୁ ସ୍କୁଲ୍‍ ପିଲାମାନଙ୍କ ପାଇଁ ଭୁବନେଶ୍ୱର ତଥା ତାର ଆଖପାଖ ଅଞ୍ଚଳରେ ଏମିତି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି | ଦୀର୍ଘ ତିନି ବର୍ଷ ହେଲା ଏଥିରେ ସାମିଲ୍‍ ହୋଇଛନ୍ତି ଲକ୍ଷ୍ମଣ ପଟ୍ଟନାୟକ ମେମୋରିଆଲ୍‍ ଟ୍ରଷ୍ଟ୍‍, ବକୁଳ ଫାଉଣ୍ଡେସନ ଓ ଏନିଗ୍‍ମାଟିକ୍‍ ଇଣ୍ଡିଆ | ପ୍ରଥମଥର ପାଇଁ ପୁରୀ ଜିଲ୍ଲା ନିମାପଡ଼ାର ଦୃଷ୍ଟିହୀନ-ମୁକ-ବଧିର-ମାନସିକ ଅନଗ୍ରସର ବିଦ୍ୟାଳୟର ପାଖାପାଖି ୧୦୦ ରୁ ଅଧିକ ପିଲା ଟୁଁମ୍ପୁଲୁ ଟୁଁମ୍ପା ୨୦୧୮ ରେ ସାମିଲ ହୋଇଥିଲେ | ସେମାନଙ୍କୁ ଏନିଗ୍‍ ମାଟିକ୍‍ ଇଣ୍ଡିଆ ପକ୍ଷରୁ ଚପଲ ବଣ୍ଟାଯାଇଥିଲା | ଆଗକୁ ପିଲାମାନଙ୍କ ପାଇଁ ବହି ମେଳାର ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଥିବା କଥା କହିଛନ୍ତି ସୌମ୍ୟ ମେମୋରିଆଲ୍‍ ଟଷ୍ଟ୍ରର ଚେୟାର୍‍ମ୍ୟାନ୍‍ ଭବାନୀ ପ୍ରସାଦ ମହାନ୍ତି |

   Related Posts