ସୁନ୍ଦରଗଡ ୯।୧୧: ସୁନ୍ଦରଗଡ଼ ଟାଉନ ଥାନା ହସ୍ପିଟାଲ ରୋଡ଼ ସ୍ଥିତ ଏକ୍ସିସ୍ ବ୍ୟାଙ୍କରେ ବନ୍ଧୁକ ମୁନରେ ପାଖାପାଖି ୧୫ଲକ୍ଷ ଟଙ୍କା ଲୁଟି ଆଉ ଜଣେ ବାଇକ୍ ଚାଳକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ବାଇକ୍ରେ ପଳାଉଥିବା ବେଳେ ଶଙ୍କରା ନିକଟରେ ପୋଲିସ ସହ ଗୁଳି ବିନିମୟ । ପୋଲିସ ଗୁଳିରେ ଲୁଟେରା ଆହତ ହୋଇଛନ୍ତି । ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ।
{"id":541108,"width":753,"height":414,"sizeSlug":"full","linkDestination":"none"}ଶଂକରାଠାରେ ଗୁଳି ବିନିମୟ ବେଳେ ଲୁଟେରା ୨ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ପୋଲିସ ପକ୍ଷରୁ ୪ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି । ଲୁଟେରାର ନା ଜୟଦେବ ନାଏକ ବୋଲି ଜଣାପଡିଛି । ତାଠାରୁ ବନ୍ଧୁକ ଏବଂ ଲୁଟ୍ ଟଙ୍କା ଜବତ କରିଛି ପୋଲିସ ।