କରୋନା କାଳରେ ବାହାଘର : ୫୦ ହଜାର ବଜେଟରେ ୧୫ ଲକ୍ଷର ବାହାଘର, ଅନଲାଇନରେ ହେଉଛି କୋରିଓଗ୍ରାଫି ପ୍ରାକ୍ଟିସ୍

Published By : Prameya-News7 Bureau | June 03, 2020 IST

ନୂଆଦିଲ୍ଲୀ ୦୩/୦୬ : କରୋନା ମହାମାରୀ ଯୋଗୁ ଦେଶରେ ଲକ ଡାଉନ ଜାରି ରହିଛି | ସେଥିପାଇଁ ବାହାଘର ମଧ୍ୟ ହୋଇପାରିନାହିଁ | କିନ୍ତୁ ଯେଉଁମାନଙ୍କ ବାହାଘର ତାରିଖ ପୂର୍ବରୁ ଠିକ ହୋଇସାରିଥିଲା ସେମାନଙ୍କ ବାହାଘର ସମ୍ପନ୍ନ ହୋଇଛି | ଲକ ଡାଉନ ଏବଂ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ମାତ୍ର ୫୦ ଜଣରେ ବାହାଘର କରିବା ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି | ଯାହାଫଳରେ ୫୦ ହଜାର ଟଙ୍କା ଖର୍ଚ୍ଚ କରି ବାହାଘର କରିବା ଏବେ ଟ୍ରେଣ୍ଡ ପାଲଟି ଯାଇଛି | ଏହି ୫୦ ହଜାର ଟଙ୍କାରେ ହୋଟେଲ ଡେକୋରେସନ, ପଣ୍ଡିତ, ଭୋଜି, ଏବଂ ବ୍ୟାଣ୍ଡ ବାଜା ମଧ୍ୟ ହୋଟେଲ ଯୋଗାଉଛି | ଏହି କନସେପ୍ଟରେ ବିବାହକୁ ଲୋକେ ମଧ୍ୟ ବହୁତ ଉପଭୋଗ କରୁଛନ୍ତି | ତେବେ ଏହି ଲୋ-ବଜେଟରେ ଷ୍ଟାର୍ଟର ଓ ୱେଲକମ ଡ୍ରିଙ୍କ ମଧ୍ୟ ରହିଛି |

{"id":280633,"sizeSlug":"large"}

ହୋଟେଲ ବଜେଟ ବିବାହରେ ଉଭୟ ପକ୍ଷରୁ ୨୫-୨୫ ଲୋକ ସାମିଲ ହେଉଛନ୍ତି | ବାକି ସମ୍ପର୍କୀୟ ଜୁମ ଆପ ଜରିଆରେ ଲାଇଭ ରହି ବିବାହ ଉପଭୋଗ କରୁଛନ୍ତି | ଏଥିପାଇଁ ହୋଟେଲ କମ୍ପ୍ୟୁଟର ମଧ୍ୟ ଦେଉଛି | କିଛି ଦିନ ପୂର୍ବରୁ ଏହିଭଳି ଏକ ବିବାହରେ ସାମିଲ ହୋଇଥିବା ଜଣେ ସଦସ୍ୟ କହିଥିଲେ ଯେ ତାଙ୍କ ସମ୍ପର୍କୀୟ ଆମେରିକାରେ ଥାଇ ବାହାଘରର ଲାଇଭ ଦେଖିଥିଲେ | ଏହି ବଜେଟରେ ପଣ୍ଡିତ, ମଣ୍ଡପ ଓ ବରଣମାଳା ମଧ୍ୟ ଉପଲବ୍ଧ କରୁଛି ହୋଟେଲ |

{"id":280634,"sizeSlug":"large"}

ଏହି ସବୁ ବାହାଘର ପାଇଁ ସମ୍ପର୍କୀୟ ଓ ଅତିଥିଙ୍କ ପାଇଁ ଅନଲାଇନ କୋରିଓଗ୍ରାଫି ପ୍ରାକ୍ଟିସ କରାଯାଉଛି | ଫାଇନାଲ ପରଫରମାନ୍ସ ଭେନ୍ୟୁରେ ଭିରଚୁଆଲ ସ୍କ୍ରିନିଙ୍ଗ ଦ୍ୱାରା ଦେଖାଯାଉଛି | ବାହାଘର ପାଇଁ ସେଲ୍ଫି ପଏଣ୍ଟ ତିଆରି କରାଯାଉଛି ଯେପରିକି ନିଜ ଘରେ ଥାଇ ଭେନ୍ୟୁରେ ତିଆରି ହୋଇଥିବା ସେଲ୍ଫି ପଏଣ୍ଟ ସହ ସମ୍ପର୍କୀୟ ଫଟୋ ଉଠାଇ ପାରିବେ | ପରେ ଏହିସବୁ ଫଟୋ ଅତିଥିକୁ ମେଲ ଯୋଗେ ପଠାଇ ଦିଆଯାଉଛି |

{"id":280636,"sizeSlug":"large"}

ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାହାଘରକୁ ୩ ଭାଗରେ ବିଭକ୍ତ କରାଯାଇଛି, ପ୍ରି-ଇଭେଣ୍ଟ, ଇଭେଣ୍ଟ ଓ ପୋଷ୍ଟ-ଇଭେଣ୍ଟ | ଇଭେଣ୍ଟ ସମୟରେ ୬୦ ରୁ ଅଧିକ ସୁରକ୍ଷା ପ୍ରକ୍ରିୟା ପାଳନ କରାଯାଉଛି | ଡେକୋରେସନ ଜିନିଷଗୁଡିକୁ ସାନିଟାଇଜ କରାଯାଉଛି | ଭେନ୍ୟୁରେ ପହଞ୍ଚିବା ପୂର୍ବରୁ ସମସ୍ତଙ୍କର ତାପମାତ୍ରା ଚେକ କରାଯାଉଛି |

{"id":280637,"sizeSlug":"large"}

ପ୍ଳାନରଙ୍କ କହିବାନୁଯାୟୀ, ଏବେ ୪୯,୯୯୯ ବିବାହ ଟ୍ରେଣ୍ଡ ଚାଲିଛି | ପ୍ରତିଦିନ ପାଖାପାଖି ୧୦ରୁ ଅଧିକ କ୍ୱେରି ଆସୁଛି ଯେଉଁଥିପାଇଁ ଲୋକେ ଫୋନ କରି ବାହାଘର ଖର୍ଚ୍ଚ ସମ୍ପର୍କରେ ପଚାରି ବୁଝୁଛନ୍ତି | ପୂର୍ବରୁ ଯେଉଁମାନେ ବାହାଘର ପାଇଁ ୧୫ ରୁ ୨୫ ଲକ୍ଷ ଖର୍ଚ୍ଚ କରିବା କଥା ଚିନ୍ତା କରିଥିଲେ ସେମାନେ ବର୍ତ୍ତମାନ ଏହି ବାହାଘର ଟ୍ରେଣ୍ଡକୁ ଆପଣେଇଛନ୍ତି | ଏହି ବାହାଘରରେ ୧୫ ଲକ୍ଷ ବଦଳରେ ମାତ୍ର ୫୦ ହଜାର ଖର୍ଚ୍ଚ ହେଉଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.