ଗଣେଶ ଭସାଣୀ ବେଳେ ଗୋଷ୍ଠୀ ସଂଘର୍ଷ, ୧୫ରୁ ଅଧିକ ଆହତ

Published By : Prameya-News7 Bureau | September 05, 2019 IST

ସୁବର୍ଣ୍ଣପୁର ୫।୯: ଗଣେଶ ଭସାଣୀ ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ମୁର୍ଷୁଣ୍ଢି ଗାଁରେ ଘଟିଛି ଏଭଳି ଘଟଣା । ମୁର୍ଷୁଣ୍ଢି ଗାନ୍ଧୀପଡା ଯୁବକ ଜ୍ୟୋତି ଯୁବକ ସଂଘର ଗଣେଷ ମେଢ ଗାନ୍ଧୀ ପଡାରୁ ବାହାରି ମୁର୍ଷୁଣ୍ଢି ଗାଁ ପରିକ୍ରମା କରି ଟିକ୍ରିପଡାରେ ପହଂଚିବା ସମୟରେ ଗଣ୍ଡଗୋଳ ହୋଇଥିଲା ।

{"id":153289}

ଟିକ୍ରିପଡାର କିଛି ଯୁବକ ଶୋଭଯାତ୍ରାରେ ଯାଉଥିବା ଯୁବକଙ୍କୁ ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଛି । ଏହା ଶେଷରେ ଉଗ୍ର ରୂପ ନେଇଥିଲା । ମାରପିଟରେ ଉଭୟ ପକ୍ଷରୁ ୧୫ରୁ ଅଧିକ ଆହତ ହୋଇଛନ୍ତି । ଉଭୟ ପକ୍ଷରୁ ବୀରମହାରାଜପୁର ଥାନାରେ ମାମଲା ରୁଜୁ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.