ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା : ୧୫ ଯାତ୍ରୀ ଆହତ
27/10/2019 at 4:29 PM

ଚୌଦ୍ଵାର ୨୭|୧୦: ଚୌଦ୍ଵାର-ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବ୍ୟାଙ୍କ ଛକଠାରେ ଟ୍ରକ୍ ସହ ବସ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଟାଙ୍ଗୀ ପୁଲିସ୍ ପହଞ୍ଚି ଗୁରୁତରମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କଟକ ବଡ ମେଡିକାଲ ପଠାଇ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଟ୍ରକ୍ ଫେରାର ହୋଇଯାଇଥିବା ବେଳେ ପୁଲିସ ବସକୁ ଜବତ କରିଛି ।

ଏକ ମାଲ୍ ବୋଝେଇ ଟ୍ରକ୍ ହରିପୁରରୁ ଟାଙ୍ଗୀ ଦେଇ କପିଳାସ ରୋଡ୍ ଷ୍ଟେସନର ରେଳ ଫାଟକ ପାର ହୋଇ ୧୬ ନଂ ଜାତୀୟ ରାଜପଥ ପାର କରି କଟକ ଅଭିମୁଖେ ବାହାରି ସମୟରେ କଟକ ଆଡୁ ‘ଜେନା’ ନାମକ ଯାତ୍ରିବାହୀ ବସ୍ ଡୁବୁରୀ ଯାଉଥିବା ବେଳେ ବସଟି ଟ୍ରକକୁ ଧକ୍କା ଦେଇଥିଲା। ଉକ୍ତ ବସଟି ଦୃତ ଗତିରେ ଆସୁଥିବା ବେଳେ ଟ୍ରକଟି ଟାଙ୍ଗୀ ରାସ୍ତାରୁ ହଠାତ୍ କଟକ ଚଣ୍ଡିଖୋଲ ଜାତୀୟ ରାଜପଥ ପାରହୋଇ ଚଣ୍ଡିଖୋଲ କଟକ ରାଜପଥକୁ ଯାଉଥିବା ସମୟରେ ମଝିରୋଡ ଉପରେ ବସଟି ଟ୍ରକକୁ ଜୋରରେ ଧକ୍କା ଦେଇଥିଲା । ଫଳରେ ବସର ଆଗ ଅଂଶ ଟ୍ରକ୍ ଡାଲାରେ ଲାଗି ରହିଯାଇଥିଲା ।

ଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟାଙ୍ଗି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇବା ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରିଥିବା ଜଣାପଡିଛି।