Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଶବ ସତ୍କାର ବେଳେ ଆକ୍ରମଣ କଲେ ମହୁମାଛି, ୧୫ଜଣ ଆହତ

21/10/2021 at 4:28 PM

ସୁନ୍ଦରଗଡ଼ ୨୧।୧୦: ଶବ ସତ୍କାର ସମୟରେ ଆକ୍ରମଣ କଲେ ମହୁମାଛି । ଫଳରେ ୧୫ ଜଣ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି । ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ କଟଙ୍ଗ ଗ୍ରାମପଞ୍ଚାୟତରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ କଟଙ୍ଗ ଗ୍ରାମପଞ୍ଚାୟତଗୀର୍ଜାପଡା ବାସିନ୍ଦା ଗୁରୁବାର ପ୍ରାୟ ୨ଟା ସମୟରେ ନିଜ ଆତ୍ମୀୟଙ୍କ ଶବ ସତ୍କାର ପାଇଁ ଗ୍ରାମ ନିକଟରେ ଥିବା ମଶାଣିକୁ  ଯାଇଥିଲେ ।  ହଠାତ ସେଠାରେ ମହୁମାଛି ଆକ୍ରମଣ କରିଥିଲେ । ମହୁମାଛିଙ୍କ ଆକ୍ରମଣରେ ପ୍ରାୟ ୧୫ଜଣ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ  ସେମାନଙ୍କ ମଧ୍ୟରୁ ୩ ଜଣ ଚିକିତ୍ସା ଚାଲିଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆ ଯାଇଥିବା ଜଣାପଡିଛି ।

   Related Posts