ଭାରସାମ୍ୟ ହରାଇ ଓଲଟିଲା ମିନିବସ୍ ; ୧୫ରୁ ଅଧିକ ଯାତ୍ରୀ ଆହତ
18/01/2019 at 1:18 PM

ଗଞ୍ଜାମ ୧୮|୧: ଭାରସାମ୍ୟ ହରାଇ ଓଲଟିଲା ମିନିବସ୍ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ସମ୍ମୁଖ ମୁଖ୍ୟ ରାସ୍ତାରେ ଓଲଟିଲା ଯାତ୍ରୀବାହୀ ମିନିବସ୍ । ଦୁର୍ଘଟଣା ଫଳରେ ୧୫ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ଆସିକାରୁ କୋଦଳା ଯାଉଥିବା ମିନିବସ୍ ଟି ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ଓଲଟି ପଡିଛି । ଗାଡି ଭିତରୁ ଯାତ୍ରୀଙ୍କୁ ବାହାରକରି ଦମକଳ ବାହିନୀ କବିସୂର୍ଯ୍ୟନଗର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଡ୍ରାଇଭର ମଦ୍ୟପାନ କରି ଗାଡି ଚାଳାଉଥିବା ଅଭିଯୋଗ ହୋଇଛି । ପୋଲିସ ପହଁଚି ବସ୍ କୁ ଜବତ କରିଛି ।
Related Posts
ଜଳେଶ୍ବରରୁ ଜବତ ହେଲା ନକଲି ପାନ ମସଲା, ଦୁଇ ଅଭିଯୁକ୍ତ ଅଟକ
23 January 2021