ଭାରସାମ୍ୟ ହରାଇ ଗଛକୁ ପିଟିଲା ଘରୋଇ ବସ୍ : ୧୫ ଆହତଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ଗୁରୁତର

Published By : Prameya-News7 Bureau | May 26, 2019 IST


ବୌଦ୍ଧ ୨୬/୫: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବସୁଦେଵପାଲି ମାଉଳି ମନ୍ଦିର ନିକଟରେ ବସ୍ ଦୁର୍ଘଟଣା ଘଟିଛି ।  ଭାରସାମ୍ୟ ହରାଇ ଗଛକୁ ପିଟିଲା ମିଶ୍ର ନାମକ ଏକ ଘରୋଇ ବସ। ଫଳରେ ୧୨ ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।

{"id":116029,"width":595,"height":327}

ମିଶ୍ର ନାମକ ବସ୍ ୧୦୦ରୁ ଉର୍ଧ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା । ଭୋର ୪ ଟା ସମୟରେ ବସୁଦେଵପାଲି ର ମାଉଳି ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ବସ ସାମ୍ନାପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ କରୁଛି ।

{"id":116030,"width":596,"height":328}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.