ଭୟାବହ ଅଗ୍ନିକାଣ୍ଡ, ୧୫ ବଖରାରୁ ଅଧିକ ଘର ପୋଡି ପାଉଁଶ

Published By : Prameya-News7 Bureau | May 28, 2021 IST

ଭଞ୍ଜନଗର ୨୮।୫: ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗ ଥାନା ଅନ୍ତର୍ଗତ କାଠଚିରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପ୍ରାୟ ୧୫ ବଖରାରୁ ଅଧିକ ଘର ଜଳିପୋଡି ପାଉଁଶ ହୋଇଯାଇଛି । ଲୋକଙ୍କ ଧାନ ଚାଉଳ ସହ ଆସବାବପତ୍ର ମଧ୍ୟ ପୋଡିଯାଇଛି । ଖବର ପାଇ ଘଟଣାସ୍ଥଳରେ ଭଞ୍ଜନଗର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ କେମିତି ଲାଗିଲା ତାର କାରଣ ସ୍ପଷ୍ଟ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.