ଭୟାବହ ଅଗ୍ନିକାଣ୍ଡ : ୧୫ ବଖରା ଘର ସହ ୫ ଗୋରୁ ଓ ୧୦ ଛେଳି ଜୀବନ୍ତ ଦଗ୍ଧ
22/10/2019 at 10:50 AM

ଭଣ୍ଡାରିପୋଖରୀ ୨୨।୧୦: ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଗିରାଗଢିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ୧୫ ବଖରା ଘର ସହ ୫ ଗୋରୁ ଓ ୧୦ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଅଗିରାଗଢିଆ ଗାଁର ଶମ୍ବୁନାଥ ନାୟକ, ମଣିଭଦ୍ର ନାୟକ ଓ କାହ୍ନୁଚରଣ ନାୟକଙ୍କ ଘରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ବେଳେ ଘର ଲୋକେ ଘରୁ ବାହାରି ଆସିଥିବା ବେଳେ ଗୋରୁ ଓ ଛେଳିଙ୍କୁ ବାହାର କରିପାରି ନଥିଲେ । ନିଆଁରେ ପୋଡିହୋଇ ଗୁରୁତର ହୋଇଥିବା ବେଳେ ଦୁଇ ଗୋରୁଙ୍କୁ ଆଗରପଡା ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀମାନେ ଚିକିତ୍ସା କରିଛନ୍ତି ।