‘ଛେଳି,ତୁ କାଇଁ ଗଛ ଖାଇଲୁ? ଖା ଚାପୁଡ଼ା,ମାଲିକ ଦେବ ୩-୩ ହଜାର’ : ତେଲେଙ୍ଗାନା ପ୍ରଶାସନର ଅଦ୍ଭୁତ ନିର୍ଦେଶ

Published By : Prameya-News7 Bureau | July 27, 2020 IST

କୋଠାଗୁଡେମ୍ ୨୭/୭: ତେଲେଙ୍ଗାନାରେ ୧୫ଟି ଛେଳିକୁ ଗଛ ଖାଇବା ଅପରାଧରେ ହେପାଜତକୁ ନିଆଯାଇଛି ଏବଂ ପ୍ରତି ଛେଳି ଉପରେ ୩୦୦୦ଟଙ୍କାର ଜୋରିମାନା ଲଗାଯାଇଛି। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଏହା ପୂରାପୂରି ସତ।

ତେଲେଙ୍ଗାନାର ଭଦ୍ରାଦି କୋଠାଗୁଡେମ ଜିଲ୍ଲାରେ ଅଧିକାରୀମାନେ ଗଛ ଖାଇବା ଅପରାଧରେ ୧୫ଟି ଛେଳିକୁ ବନ୍ଦୀ କରିଛନ୍ତି। ବନ୍ଦୀ କରାଯାଇଥିବା ଛେଳିଗୁଡ଼ିକ ଉପରେ ୩୦୦୦ଟଙ୍କାର ଜୋରିମାନା ସହ ତାଙ୍କୁ ଚାପୁଡ଼ା ମଧ୍ୟ ମରା ଯାଇଛି।

ଭଦ୍ରାଦି କୋଠାଗୁଡେମ ଜିଲ୍ଲାର ୟେଲ୍ଲେଣ୍ଡୁରେ ବୃକ୍ଷ ରୋପଣ ଅଭିଯାନ ଜରିଆରେ ଲଗା ଯାଇଥିବା ଗଛକୁ ୧୫ଟି ଛେଳି ଖାଇ ଦେଇଛନ୍ତି। ଯାହା ପରେ ସେମାନଙ୍କୁ ବନ୍ଦୀ କରାଯାଇଛି।

ଗୁରୁବାର ୟେଲ୍ଲେଣ୍ଡୁରେ ନଗରପାଳିକାର କର୍ମଚାରୀ ଦେଖିଥିଲେ ଯେ କିଛି ଛେଳି ଗଛକୁ କ୍ଷତି ପହଞ୍ଚାଉଛନ୍ତି। ଅଧିକାରୀମାନେ ତୁରନ୍ତ ୯ଟି ଛେଳିଙ୍କୁ କାବୁ କରିଥିଲେ ଏବଂ ୬ଟି ଛେଳିଙ୍କୁ ଶୁକ୍ରବାର ହେପାଜତକୁ ନେଇଥିଲେ।

ସମସ୍ତ ୧୫ଟି ଛେଳିଙ୍କୁ ଏବେ ନଗର ପାଳିକା କାର୍ଯ୍ୟାଳୟରେ ରଖାଯାଇଛି। କର୍ମଚାରୀ ତାଙ୍କୁ ଖାଦ୍ୟ ଦେଉଛନ୍ତି। ଛେଳି ମାଲିକଙ୍କୁ ନୋଟିସ୍ ଦିଆଯାଇଛି କିନ୍ତୁ କେହି ବି ଏବେ ସୁଦ୍ଧା ଛେଳିଙ୍କୁ ନେବାକୁ ଆସି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.