ପିପିଲି ଅଞ୍ଚଳରୁ ଧଳାଜହର ଜବତ, ଜଣେ ଗିରଫ
13/01/2020 at 6:29 PM

ପୁରୀ ୧୩।୦୧: ପୁରୀ ଜିଲ୍ଲା ପିପିଲି ହାଟଛକ ନିକଟରୁ ଧଳା ଜହର ଜବତ । ଗୁଇନ୍ଦା ଓ ଅବକାରୀ ବିଭାଗର ଚଢାଉ କରି ୧୫ଗ୍ରାମ ବ୍ରାଉନସୁଗାର ସହ ଜଣକୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୫ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ ଯେ, ଗୁଇନ୍ଦା ବିଭାଗ ଓ ଅବକାରୀ ବିଭାଗକୁ ବ୍ରାଉନସୁଗାର ବିକ୍ରି ହେଉଥିବା ନେଇ ଖବର ମିଳିଥିଲେ । ଖବର ପାଇଁ ଚଢାଉ କରି ଜମିର ମହମ୍ମଦ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯିବ ।
Related Posts
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021