୬ କେଜିରୁ ଅଧିକ ସୁନା ଜବତ, ୧୫ଗିରଫ

Published By : Prameya-News7 Bureau | November 11, 2020 IST

ଖଲ୍ଲିକୋଟ  ୧୧।୧୧ : ସୁନା ବ୍ୟବସୀୟଙ୍କ ଘରୁ ଲୁଟ୍‌ ଘଟଣା । ମାମଲାରେ ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ସୁନା ଲୁଟ୍‌ ଘଟଣାରେ ୧୫ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ । ସେମାନଙ୍କ ନିକଟରୁ ୬ କେଜି ୫୦୧ ଗ୍ରାମ ସୁନା ଜବତ ହୋଇଛି ।

{"id":359815,"sizeSlug":"large"}

ଖବର ଅନୁଯାୟୀ, ଅକ୍ଟୋବର ୧୨ ତାରିଖ ଦିନ ବିଳମ୍ବିତ ରାତିରେ ସୁନା ଦୋକାନୀ ସୁରେନ୍ଦ୍ର ନାଥ ନାୟକଙ୍କ ଘରୁ ବିପୁଳ ପରିମାଣ ସୁନା ଲୁଟ୍‌ ହୋଇଥିଲା । ଏନେଇ ସୁନା ବ୍ୟବସାୟୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାକୁ ଗୁରୁତ୍ୱ ସହ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ।

{"id":359816,"sizeSlug":"large"}

ଲୁଟ୍‌ ଘଟଣାରେ ସଂପୃକ୍ତି ଥିବା  ନେଇ ୧୫ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ ୬ କେଜି ୫୦୧ ଗ୍ରାମ ସୁନା ଜବତ ହୋଇଛି । ଏହାସହ ସେମାନଙ୍କ ନିକଟରୁ ନଗଦ ୪  ଲକ୍ଷ ୪୪ ହଜାର ୫୦୦ ଟଙ୍କା  ଜବତ କରାଯାଇଛି ।

{"id":359819,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.