୨ଟି ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଜୁଆଡି ଗିରଫ

Published By : Prameya-News7 Bureau | November 02, 2020 IST

ପୁରୀ ୨।୧୧: ପୁରୀ ସଦର ଓ ବଳିଆ ପଣ୍ଡା ଥାନା ପୋଲିସ ୨ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି । ଚଢାଉ ବେଳେ ୧୫ ଜୁଆଡିଙ୍କୁ ଗିରଫ କରିଛି ପୋଲିସ ।

{"id":354887,"sizeSlug":"large"}

ସଦର ଥାନା ପୋଲିସର ସୂଚନା ଅନୁଯାୟୀ ଏକଚଳିଆପାଟଣା ଗ୍ରାମରେ ଜୁଆ ଖେଳ ଚାଲିଥିବା ପୋଲିସ ଖବର ପାଇ ସେଠାରେ ଚଢ଼ାଉ କରିଥିଲା । ୧୦ ଜଣ ଜୁଆଡିକୁ ଗିରଫ କରିବା ସହ ଜୁଆ ପାଲି, ୨୩ ହଜାର ୯୮୦ ଟଙ୍କା ଜବତ ହୋଇଛି।

{"id":354888,"sizeSlug":"large"}

ସେହିପରି ପୁରୀ ବଳିଆ ପଣ୍ଡା ଥାନା ପୋଲିସ ମଧ୍ୟ ବିଧବାଶ୍ରମ ଛକରେ ଜୁଆ ଖେଳ ଚାଲିଥିବା ଖବର ପାଇ ସେଠାରେ ଜୁଆ ଖେଳୁଥିବା ୫ ଜଣଙ୍କୁ ଗିରଫ କରିବା ସହ ଜୁଆ ପାଲି, ୧୩ ହଜାର ୬୦ ଟଙ୍କା ଜବତ କରିଛି। ତେବେ ପୁରୀରେ ଜୁଆ ଖେଳ ବଢି ଚାଲିଥିବା ବେଳେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ପୁରୀ ପୋଲିସ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.