Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବ କିଙ୍ଗ କୋବ୍ରା: କାବୁ କରିବାକୁ ନୟାନ୍ତ ହୋଇଗଲେ ବନବିଭାଗ ଟିମ

26/08/2020 at 4:27 PM

ଡେରାଡୁନ ୨୬/୦୮ : ଡେରାଡୁନ ଯାମୁନଵାଲାରେ କିଙ୍ଗ କୋବ୍ରାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ମଙ୍ଗଳବାର ଦିନ ଜଣକ ଘରୁ ବନ ବିଭାଗ ଟିମ ୧୫ ଫୁଟ ଲମ୍ବ କିଙ୍ଗ କୋବ୍ରା ଉଦ୍ଧାର କରିଛନ୍ତି | କୋବ୍ରା ଦୁଇ ଦିନ ହେଲା ଘର ଆଖପାଖରେ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି | କୋବ୍ରାକୁ ଉଦ୍ଧାର କରିବାରେ ବନ ଵିଵେଗ ଟିମ ନୟାନ୍ତ ହୋଇଯାଇଥିଲେ | ପାଖାପାଖି ଘଂଟାଏ ଯାଏଁ କଷ୍ଟ କରିବା ପରେ ତାକୁ କାବୁ କରିବାରେ ସଫଳ ହୋଇଥିଲେ ଏକ୍ସପର୍ଟ | କୋବ୍ରାକୁ ଉଦ୍ଧାର କରିବା ପରେ ଜଙ୍ଗଲରେ ଛାଡି ଦେଇଥିଲେ | ଡେରାଡୁନ ଓ ଆଖପାଖ ଅଞ୍ଚଳରୁ ବନ ବିଭାଗ ମାସେ ଭିତରେ ୯ରୁ ଅଧିକ କିଙ୍ଗ କୋବ୍ରା ଉଦ୍ଧାର କରିଛନ୍ତି |

ଉତ୍ତରାଖଣ୍ଡରେ ଅଧିକାଂଶ ଅଞ୍ଚଳ ଜଙ୍ଗଲୀ ଏବଂ ପାହାଡିଆ | ସେଥିପାଇଁ ପ୍ରାୟ ସବୁବେଳେ ଏଠାରେ ବିଷାକ୍ତ ସାପ ଓ ଅଜଗର ବାହାରିଥାଏ | ଲୋକଙ୍କ ଘରୁ ମଧ୍ୟ ସାପ ଉଦ୍ଧାର ହୋଇଥାଏ | ଉତ୍ତରାଖଣ୍ଡ ଜଙ୍ଗଲରେ କିଙ୍ଗ କୋବ୍ରା ଭଳି ବିଷାକ୍ତ ସାପ ମଧ୍ୟ ରହିଛି | କିଙ୍ଗ କୋବ୍ରା ଦୁନିଆର ବିଷାକ୍ତ ସାପମାନଙ୍କ ମଧ୍ୟରୁ ଗୋଟିଏ | କିନ୍ତୁ କିଙ୍ଗ କୋବ୍ରା ସହଜରେ କାହାକୁ କାମୁଡେନି | କିଙ୍ଗ କୋବ୍ରା ନିଜ ବହୁତ କମ ମାମଲାରେ ବିଷ ପ୍ରୟୋଗ କରିଥାଏ |

   Related Posts