ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ, CRPFର ୧୫ପ୍ଲାଟୁନ୍ ଫୋର୍ସ ମୁତୟନ

Published By : Prameya-News7 Bureau | January 27, 2021 IST

ନୂଆଦିଲ୍ଲୀ ୨୭।୦୧: ହିଂସା ପରେ ଆକ୍ସନ । ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ବେଳେ ହିଂସା ଘଟଣା । ରାଷ୍ଟ୍ରୀୟ ରାଜଧାନୀରେ ଏପରି କାରନାମା ନେଇ ଆକ୍ସନ ମୋଡକୁ ଆସିଛି ଦିଲ୍ଲୀ ପୋଲିସ । ହିଂସାକାଣ୍ଡରେ ବର୍ତ୍ତିମାନ ପର୍ଯ୍ୟନ୍ତ ୧୫ଟି ଏତଲା ରୁଜୁ କରାଯାଇଛି । ସମୟ ଗଡିବା ସହିତ ଅଭିଯୋଗ ଆସିଲେ, ଆହୁରି ଏତଲା ରୁଜୁ ହେବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ୧୫ ଏତଲା ମଧ୍ୟରୁ ୫ ଏତଲା ଇଷ୍ଟର୍ଣ୍ଣ ରେଞ୍ଜ ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଅଭିଯୋଗ ସଂପର୍କରେ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ । ସେପଟେ ସୁରକ୍ଷା ଦୃଷ୍ଟିରୁ ୧୫ପ୍ଲାଟୁନ୍‌ ସିଆର୍‌ପିଏଫ୍‌ ମୁତୟନ କରାଯାଇଛି । ଦିଲ୍ଲୀ ନିକଟରେ ଥିବା ପଞ୍ଜାବ ଓ ହରିୟାଣା ସୀମାରେ ହାଇଆଲର୍ଟ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଦେଶରେ କୃଷି ଆଇନ୍‌କୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । କିନ୍ତୁ ଗଣତନ୍ତ୍ର ଦିବସ ଉପଲକ୍ଷେ ଟ୍ରାକ୍ଟର ରାଲି କରିବାକୁ ଘୋଷଣା କରିଥିଲେ । ଏହି ଅନୁସାରେ ମଙ୍ଗଳବାର ଦିନ ଲକ୍ଷାଧିକ କୃଷକ ବିଶାଳ ଟ୍ରାକ୍ଟର ରାଲି କରିଥିଲେ । ଦିଲ୍ଲୀ ପୋଲିସ ଦେଇଥିବା ସମୟ ପୂର୍ବରୁ କୃଷକମାନେ ଦିଲ୍ଲୀ ସୀମାରେ ପ୍ରବେଶ କରି ଟ୍ରାକ୍ଟର ଆରମ୍ଭ କରିଥିଲେ । ଅଟକାଇବା ବେଳେ ପୋଲିସ ସହ କୃଷକମାନେ ଧସ୍ତାଧସ୍ତି ହୋଇଥିଲା । ଏପରିକି ପୋଲିସ ଲୁହାବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲେ । ତେବେ କୃଷକଙ୍କ ଏପରି ହିଂସାରେ ପ୍ରାୟ ୧୦୦ରୁ ଅଧିକ ଯବାନ ଆହତ ହୋଇଛନ୍ତି ।

ତେବେ ଏପରି ହିଂସାକୁ ନେଇ ଦିଲ୍ଲୀ ପୋଲିସ ଏବେ ଆକ୍ସନ ମୋଡକୁ ଆସିଛି । ମୋଟ ଦିଲ୍ଲୀରେ ୧୫ଟି ମାମଲା ରୁଜୁ ହୋଇଛି । ସିସିଟିଭି ଫୁଟେଜରୁ ହିଂସାକାଣ୍ଡ ଭିଆଇ ଥିବା କୃଷକ ମାନଙ୍କୁ ଚିହ୍ନଟ କରୁଛି ଦିଲ୍ଲୀ ପୁଲିସ। ଏଥିସହିତ ଦିଲ୍ଲୀରେ ୧୫ ସିଆରପିଏଫ୍‌ ଫୋର୍ସ ମୁତୟନ ଥିବା ବେଳେ ହରିୟାଣା ଓ ପଞ୍ଜାବରେ ହାଇଆର୍ଲଟ ଜାରି ହୋଇଛି। ଟ୍ରାକ୍ଟର ରାଲି ପାଇଁ ଦିଆଯାଇଥିବା ସର୍ତ୍ତ ଉଲଂଘନ କରିଥିବାରୁ ଏତଲା ରୁଜୁ ହୋଇଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.