ରାସ୍ତା ପାର୍‌ ହେଉଥିବା ବେଳେ ୧୫ ଫୁଟର ଅଜଗର ଉପରେ ମାଡିଗଲା ଗାଡି

Published By : Prameya-News7 Bureau | November 05, 2021 IST

ରାଇରଙ୍ଗପୁର ୦୫/୧୧ : ବିଶୋଇ ବନାଞ୍ଚଳ ଅନ୍ତର୍ଗତ ଖେଜୁରିକଟାସ ନିକଟ ଜାତୀୟ ରାଜପଥରେ ଏକ ବଡ଼ ଅଜଗର ରାସ୍ତା ପାର ହେଉଥିବା ସମୟରେ  ଅଜଣା ଗାଡ଼ି ମାଡ଼ି ଯିବାରୁ ସାପଟି ମୃତ୍ୟୁ ଘଟିଛି । ସାପର ଲମ୍ଵ ପ୍ରାୟ ୧୫ ଫୁଟରୁ ଅଧିକ ହେବ ବୋଲି ଜଣାପଡିଛି । ସ୍ଥାନୀୟ ପରିବେଶ ପ୍ରେମୀ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଏହି ଅଞ୍ଚଳ ଆଖପାଖରେ ଆହୁରି ଅଜଗର ଥିବା ସନ୍ଦେହରେ ବନ ବିଭାଗ କର୍ମଚାରୀ ତଲାସି ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.