ଘରେ ପଶି ଗର୍ଜନ କରୁଥିଲା ୧୫ଫୁଟ ଲମ୍ବର ଅହିରାଜ, ଉଦ୍ଧାର କରି ଛଡାଗଲା କୂଳଡିହା ଅଭୟାରଣ୍ୟରେ

Published By : Prameya-News7 Bureau | April 12, 2021 IST

ନୀଳଗିରି ୧୨।୪: ୧୫ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ କଳାକାଦ ଅସନବଣି ଅଞ୍ଚଳରୁ ଏହି ଅହିରାଜ ସାପଟିକୁ ଉଦ୍ଧାର କରାଯାଇଛି ।

{"id":437071,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗାଁର ଜନୈକ ବ୍ୟକ୍ତିଙ୍କ ଘରୁ ଏକ ବିରାଟକାୟ ଅହିରାଜ ସାପ ପଶିଯାଇ ଗର୍ଜନ କରୁଥିବା ଦେଖିବାକୁ ମିଳିଥିଲା । ଫଳରେ ପରିବାର ଲୋକେ ଭୟରେ ବହାରକୁ ପଳାଇ ଆସିଥିଲେ। ଏହାପରେ ପରିବାରଲୋକ ପରେ ସାପ ବିଶେଷଜ୍ଞଙ୍କୁ ସୂଚନା ଦେଇଥିଲେ । ଖବର ପାଇ ନୀଳଗିରିରୁ ସାପ ବିଶେଷଜ୍ଞ ସୁଶାନ୍ତ ମହାପାତ୍ର, ଗୟାଧର ବେହେରା, ବିରଜା ଶଙ୍କର ବେହେରା ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ପରେ ସାପଟିକୁ ପାଖ କୂଳଡିହା ଅଭୟାରଣ୍ୟରେ ଛାଡି ଦିଆଯାଇଥିବା ଜଣାପଡିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.