ଢେଙ୍କାନାଳ ଷଢଙ୍ଗୀ ନୂଆସାହିରେ ପଶିଲା ପାଣି : ଭୁଶୁଡି ପଡିଲା ୬ ବଖରା ଘର, ୧୫ ପରିବାର ଜଳବନ୍ଦୀ

Published By : Prameya-News7 Bureau | August 15, 2020 IST

ଢେଙ୍କାନାଳ ୧୫।୮: ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ କେତେକ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ବଢି ଯାଇଛି । ଏପରିକି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର ଷଢଙ୍ଗୀ ନୂଆସାହିରେ ଲୋକଙ୍କ ଘର ଭିତରେ ବର୍ଷା ପାଣି ପଶି ଯାଇଛି । ଘରେ ଘରେ ୨ ଫୁଟର ପାଣି ହୋଇଯାଇଛି । ଫଳରେ ଏହି ବସ୍ତିର ପ୍ରାୟ ୧୫ଟି ପରିବାର ଜଳବନ୍ଦୀ ହୋଇ ରହିଛନ୍ତି ।

{"id":314846,"sizeSlug":"large"}

ଏହି ବସ୍ତିର ପ୍ରାୟ ମାଟି ଘର ଥିବାରୁ ୬ଟି ଘର ମଧ୍ୟ ଭୁଶୁଡି ପଡିଥିବା ଦେଖାଯାଇଛି । ବସ୍ତିର ପାଣ୍ଡବ ଦାସ, କୁଳମଣି ଜେନା, ସରତ ଜେନା, କୃଷ୍ଣ ଚନ୍ଦ୍ର ରାଉତ, ବିଜୟ ଦାସ, କାଶୀନାଥ ଦାସ ପ୍ରମୁଖଙ୍କ ଘର ଭାଙ୍ଗି ଯାଇଥିବାରୁ ଉକ୍ତ ପରିବାରଗୁଡିକ ବାସହରା ହୋଇପଡିଛନ୍ତି ।

{"id":314847,"sizeSlug":"large"}

ଅପରପକ୍ଷରେ ବର୍ଷା ପାଣି ଘରଗୁଡିକରେ ପଶି ଯାଇଥିବାରୁ ଶୁକ୍ରବାରଠାରୁ ଲୋକଙ୍କ ଚୁଲି ଜଳୁନି । ଫଳରେ ଲୋକମାନେ ଭୋକ ଉପାସରେ ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.