୧୫ ଦିନର ଶିଶୁ କନ୍ୟାକୁ ହତ୍ୟା କଲା ବାପା : ନା ମାନେ ନା

Published By : Prameya-News7 Bureau | July 12, 2018 IST

୧୫ ଦିନର ଶିଶୁ କନ୍ୟାକୁ ହତ୍ୟା | ଦ୍ୱିତୀୟ ଝିଅ ହେଲା ବୋଲି ଝିଅକୁ ମାରି କୂଅରେ ଫୋପାଡ଼ି ଦେଲା ଜନ୍ମ କଲା ବାପା | ମାନସିକ ସ୍ଥିତି ହରାଇ ସ୍ତ୍ରୀର ଅନୁପସ୍ଥିତିରେ ଏଭଳି ଅମାନୁଷିକ କାମ କରିଛି ବାପା | ଖବରଟି ଅନୁଗୁଳ ଜିଲ୍ଲା ଛାଂଚନିଆ ଗାଁର | ଗତ ୨୪ ତାରିଖରେ ମିତା ସାହୁ ଝିଅ ଟିଏ ଜନ୍ମ ଦେଇଥିଲେ | ଦ୍ୱିତୀୟ ଝିଅକୁ ସହଜରେ ଗ୍ରହଣ କରିପାରିନଥିଲେ ବାପା ଦୁଃଶାସନ ସାହୁ | ଗତ ୬ ତାରିଖରେ ମୌକା ଦେଖି ଶିଶୁକୁ ମାରିବାକୁ ଯୋଜନା କରିଥିଲେ | ମିତା ଲୁଗା ଧୋଇବାକୁ ଯାଇଥିବା ବେଳେ ଶିଶୁକୁ ମାରି କୂଅରେ ପକାଇଦେଲା ବାପା | ଆଜି ପୋଲିସ ଦୁଃଶାସନକୁ ଗିରଫ କରିଛି | ଦୁଃଶାସନ ପୋଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.