Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…

28/02/2021 at 9:01 AM

ଜଗତସିଂହପୁର,୨୮/୦୨: ପ୍ରଥମେ ଅପହରଣ । ପରେ ଦୁଷ୍କର୍ମ । ଜଗତସିଂହପୁର ଜିଲ୍ଲାର ଜଣେ ଯୁବତୀଙ୍କୁ ଘରୁ ଉଠାଇ ନେବା ପରେ ଭୁବନେଶ୍ୱର ପଟିଆର ଏକ ଘରେ ୧୫ ଦିନ ରଖି କରାଗଲା ଦୁଷ୍କର୍ମ । ଅସହ୍ୟ ନିର୍ଯାତନାର ଶିକାର ହେଲେ ପୀଡିତା । ଏଭଳି ସାଙ୍ଘାତିକ ଅଭିଯୋଗ ଆସିବା ପରେ  ଜଗତସିଂହପୁର ପୋଲିସ ଆକ୍ସନ ନେଇଛି। ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି ।

ସୂଚନାନୁସାରେ, ଗତ ସେପ୍ଟେମ୍ବର ମାସରେ ଯୁବତୀଙ୍କୁ ଜଗତସିଂହପୁରରେ ଆଣି ଛାଡ଼ିଦେଇଥିଲେ ମଧ୍ୟ ତାଙ୍କର ଅଶ୍ଳୀଳ ଫଟୋ ଭାଇରାଲ୍‌ କରିବାକୁ ଧମକ ଦିଆଯାଇଥିଲା । କିଛି ଷ୍ଟାମ୍ପ୍‌ ପେପରରେ ତାଙ୍କଠାରୁ ଦସ୍ତଖତ ବି ନିଆଯାଇଥିଲା । ଅଶ୍ଲୀଳ ଫଟୋ ଦେଖାଇ ୫ ଲକ୍ଷ ଟଙ୍କା ଆଣିବାକୁ କୁହାଯାଇଥିଲା । ଟଙ୍କା ନଆଣିଲେ ଫଟୋ ଭାଇରାଲ୍‌ କରିବା ସହ ପରିବାରକୁ ମାରିଦେବାର ଧମକ ଦିଆଯାଇଥିଲା । ଅଭିଯୁକ୍ତ କବଳରୁ ଖସି ଜଗତସିଂହପୁର ଥାନାରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଅଭିଯୋଗ ପରେ ପୋଲିସ ତୁରନ୍ତ ଆକ୍ସନ ନେଇ ଡିଙ୍ଗେଶ୍ୱର ଗ୍ରାମର ଆଲୋକ ଦାସକୁ ଗିରଫ କରିଛି  ।

କଣ ଥିଲା ଘଟଣା

୨୦୨୦ ମସିହା ଅଗଷ୍ଟ ମାସ ୧୭ ତାରିଖ । ଏହି ଦିନ ବିଳମ୍ବିତ ରାତିରେ ଡିଙ୍ଗେଶ୍ୱର ଗ୍ରାମର ଆଲୋକ ଦାସ ନିଜର ଦୁଇ ଜଣ ସହଯୋଗୀଙ୍କ ସହାୟତାରେ ଜଗତସିଂହପୁର ଥାନା ଅଞ୍ଚଳର ସଂପୃକ୍ତ ଯୁବତୀଙ୍କୁ ତାଙ୍କ ଘରୁ ଅପହରଣ କରିନେଇଥିଲେ। ଏମାନେ ଛୁରି ଓ ଭୁଜାଲି ଦେଖାଇ ବାଇକ୍‌ରେ ଯୁବତୀଙ୍କୁ ତାଙ୍କ ଘରୁ ଅପହରଣ କରି ନେଇଯାଇଥିଲେ । ପରେ ଆଲୋକ ଭୁବନେଶ୍ୱରର ପଟିଆରେ ଥିବା ଏକ ଘଡାଘରେ ଯୁବତୀଙ୍କୁ ୧୫ ଦିନ ଧରି ରଖି ଦୁଷ୍କର୍ମ କରିଥିଲା । ସେଠାରୁ ଫେରିବା ପରେ ଆଲୋକ ସଂପୃକ୍ତ ଯୁବତୀଙ୍କୁ ନିଜ ଘରେ ରଖାଇ ବ୍ଲାକମେଲିଂ କରିବା ଆରମ୍ଭ କରି ଦେଇଥିଲା ।

୨୦୨୦ ମସିହା ଡିସେମ୍ବର ମାସ ୨୦ ତାରିଖରେ ନିଜ ଘରକୁ ଫୋନ୍‌ କରିଥିଲେ ସଂପକ୍ତା ଯୁବତୀ । ଝିଅର ଖୋଜ ଖବର ପାଇ ତା’ ପରଦିନ ମା’ ଓ ମାମୁ ଥାନାକୁ ସବିଶେଷ ସୂଚନା ଜଣାଇ ଡିଙ୍ଗେଶ୍ୱର ଆସିଥିଲେ । ହେଲେ ଅଶ୍ଳୀଳ ଫଟୋକୁ ଭାଇରାଲ୍ କରିବା ସହ ପୂରା ପରିବାରକୁ ଶେଷ କରିଦେବାର ଧମକ ଦେଇଥିଲା ଆଲୋକ । ତେଣୁ ପରିବାରର ଇଜ୍ଜତ ଓ ନିଜ ଜୀବନ ପ୍ରତି ବିପଦ ରହୁଥିବାରୁ ଯୁବତୀ ସେଦିନ ନିଜ ମା’ ଓ ମାମୁଙ୍କ ସହ ଘରକୁ ଫେରିବାକୁ ରାଜି ହୋଇ ନଥିଲେ । ଆଲୋକର ଅତ୍ୟାଚାରରେ ଅତିଷ୍ଠ ହୋଇ ପଡ଼ିଥିବା ଯୁବତୀଜଣଙ୍କ ଗତ ୨୪ ତାରିଖ ସନ୍ଧ୍ୟା ୭ଟାରେ ଜଣେ ଅନ୍ୟ ଲୋକଙ୍କ ମୋବାଇଲ ଫୋନ୍‌ରେ ନିଜ ମା’ଙ୍କୁ ଯୋଗାଯୋଗ କରିଥିଲେ । ଝିଅର ଜୀବନ ପ୍ରତି ବିପଦ ଥିବାରୁ ମା’ ତୁରନ୍ତ ଡିଙ୍ଗେଶ୍ୱର ଯାଇଥିଲେ ଏବଂ ଝିଅକୁ ଉଦ୍ଧାର କରିଥିଲେ । ଆଲୋକଙ୍କ କବଳରୁ ମୁକୁଳିବା ପରେ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି ସଂପୃକ୍ତ ପୀଡ଼ିତା ।‌ ତେବେ ଅଭିଯୋଗ ଆଧାରରେ ପୋଲିସ ଆଲୋକଙ୍କୁ ଗିରଫ କରିଛି ।

   Related Posts