ଧାନ କିଣାରେ ଅନିୟମିତତା ନେଇ ରାଜ୍ୟ ସରକାରଙ୍କ ଆକ୍ସନ୍ : ୧୫ ସମବାୟ ସମିତି ସମ୍ପାଦକ ନିଲମ୍ବିତ, ଜଣେ ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ
22/01/2021 at 11:15 AM

ଭୁବନେଶ୍ବର ୨୨।୧: ଧାନ କିଣାରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଆକ୍ସନ୍ । ୧୫ଟି ସମବାୟ ସମିତିର ସଂପାଦକଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର । ଏଥିସହିତ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ ଆକ୍ସନ୍ ନିଆଯାଇଛି ।
ଖରିଫ ଧାନ ସଂଗ୍ରହରେ ଅନିୟମିତତା କରିଥିବା ନେଇ ଏମାନଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ବୌଦ୍ଧ ଓ କେନ୍ଦୁଝରର ୨ ଜଣ ଲେଖାଏଁ ପ୍ୟାକ୍ସ ସଂପାଦକ ନିଲମ୍ବିତ ହୋଇଛନ୍ତି । କେନ୍ଦୁଝର ସଢ଼ା ପ୍ୟାକ୍ସର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । ଧାନ କିଣାରେ ସଂପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରିବା ପରିପ୍ରେକ୍ଷୀରେ 5-T ଓ ମୋ ସରକାର କାର୍ଯ୍ୟକ୍ରମରେ କୌଣସି ଅନିୟମିତତାକୁ ପ୍ରସୟ ଦିଆଯିବ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021