UP ଫାରୁଖାବାଦରେ ଚାଞ୍ଚଲ୍ୟ: ଦୁର୍ବୃତ୍ତ କବଳରେ ୧୫ ଶିଶୁ, ଉଦ୍ଧାର ଲାଗି ଉଦ୍ୟମ ବେଳେ ପୋଲିସକୁ ଆକ୍ରମଣ

Published By : Prameya-News7 Bureau | January 30, 2020 IST

ଫାରୁଖାବାଦ ୩୦।୧:  ଉତ୍ତରପ୍ରଦେଶ ଫାରୁଖାବାଦରେ ଦୁର୍ବୃତ୍ତ ୧୫ ଜଣ ପିଲାଙ୍କୁ ଗୋଟିଏ ଘରେ ବନ୍ଧକ ରଖିଛି। ଝିଅର ଜନ୍ମଦିନ ପାର୍ଟି ବାହାନାରେ ଗୁରୁବାର ପିଲାଙ୍କୁ ଘରକୁ ଡକାଇ ନେଇ ସେମାନଙ୍କୁ ମୁଣ୍ଡ ଜାମିନ ରଖିଥିବା ବେଳେ ପିଲାଙ୍କ ସହ ଘରେ କିଛି ମହିଳା ମଧ୍ୟ ଅଟକ ଥିବା ଏବେ ଜଣା ପଡିଛି। ସୂଚନା ମିଳିବା ପରେ ପୋଲିସ ଘରକୁ ଚାରିପଟୁ ଘେରାଉ କରି ସେଠାରେ ବନ୍ଧକ ଶିଶୁ ଓ ମହିଳାଙ୍କ ଉଦ୍ଧାର ଲାଗି ଉଦ୍ୟମ ଆରମ୍ଭ କରିଛି।

{"id":217996,"sizeSlug":"large"}

ଫାରୁଖାବାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସୂଚନା ପାଇ ଦୁର୍ବୃତ୍ତ ଘର ଭିତରୁ ପୋଲିସ ଉପରକୁ ଗୁଳିଚାଳନା କରିବା ସହ ଗ୍ରେନେଡ ଆକ୍ରମଣ କରିଥିବା ଜଣାପଡିଛି। ଫଳରେ ୩ ଜଣ ସୁରକ୍ଷା କର୍ମୀ ଓ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିବା ବେଳେ ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧ କରି ଘଟଣାସ୍ଥଳକୁ ଅଧିକ ଫୋର୍ସ ମଗାଯାଇଥିବା ଜଣାପଡିଛି।

{"id":218007,"width":583,"height":380,"sizeSlug":"large"}

କୁହାଯାଉଛି ଘର ଭିତରେ ପାଖାପାଖି ୨୦ ଜଣ ପିଲା ବନ୍ଧକ ଅଛନ୍ତି। ସେମାନଙ୍କୁ ବନ୍ଧକ ରଖିଥିବା ବ୍ୟକ୍ତି ସୁଭାଷ ଗୌତମ ଏକ ହତ୍ୟା ମାମଲାରେ ଜାବଜ୍ଜୀବନ କାରାଦଣ୍ଡାଦେଶ ପାଇଥିବା ଅପରାଧୀ ବୋଲି ଜଣାପଡିଛି। ନିକଟରେ କୋର୍ଟ ତାକୁ ଜାମିନ ପ୍ରଦାନ କରିଥିବା ବେଳେ ସେ ଘରକୁ ଆସି ଝିଅର ଜନ୍ମଦିନ ବାହାନାରେ ଗାଁର ପିଲାଙ୍କୁ ଘରକୁ ଡାକିଥିଲା। ପିଲାଙ୍କ ଉଦ୍ଧାର ଲାଗି ଅପରେସନ ଜାରି ରହିଥିବା ବେଳେ ଘଟଣା ସ୍ଥଳରେ ଜିଲ୍ଲା ମାଜିଷ୍ଟ୍ରେଟ୍, ଏସଏସପି ଓ ଏଡିଜି ଆଇନଶୃଙ୍ଖଳା ପି.ଭି.ରାମଶାସ୍ତ୍ରୀ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ସେପଟେ ଘଟଣା ସ୍ଥଳକୁ କ୍ୱିଟ୍ ରିଆକ୍ସନ ଟିମ୍ (କ୍ୟୁଆରଟି), ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଓ ଆତଙ୍କବାଦ ନିରୋଧ ସ୍କ୍ୱାର୍ଡ (ଏଟିଏସ୍) ଟିମ୍ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.