Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଚୀନ ସମେତ ୧୫ ଦେଶ ମଧ୍ୟରେ ହେବାକୁ ଯାଉଛି ବିଶ୍ଵର ସବୁଠୁ ବଡ ବାଣିଜ୍ୟିକ ଚୁକ୍ତିନାମା, ଜାଣନ୍ତୁ ଭାରତ କଣ ପାଇଁ ସାମିଲ ନାହିଁ

15/11/2020 at 5:10 PM

ହନୋଇ ୧୫।୧୧: ଚୀନ ଓ ଅନ୍ୟ ୧୪ ଦେଶ ବିଶ୍ଵର ସବୁଠୁ ବଡ ବାଣିଜ୍ୟିକ ସଂଗଠନ ଗଠନ କରିବା ଉପରେ ସହମତି ପ୍ରକାଶ କରିଛନ୍ତି। ଏହି ସଂଗଠନ ପରିଧିରେ ବିଶ୍ଵର ପ୍ରାୟ ଏକ ତୃତୀୟାଂଶ ଆର୍ଥିକ ଗତିବିଧି ଅନ୍ତର୍ଭୁକ୍ତ ହୋଇଯିବ। ଏସିଆର ଅନେକ ଦେଶ ଆଶା ପ୍ରକାଶ କରିଛନ୍ତି ଯେ, ଏହି ରାଜିନାମାରୁ କରୋନା ମହାମାରୀରେ ଦୁର୍ବଳ ହୋଇ ପଡିଥିବା ଅର୍ଥବ୍ୟବସ୍ଥାକୁ ସଳଖିବାରେ ସାହାଯ୍ୟ ମିଳିବ। ୧୦ ରାଷ୍ଟ୍ର ବିଶିଷ୍ଟ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସଂଘ(ASEAN)ର ବାର୍ଷିକ ଶିଖର ସମ୍ମିଳନୀ ପୂର୍ବରୁ ରବିବାର ଡିଜିଟାଲ ମାଧ୍ୟମରେ କ୍ଷେତ୍ରୀୟ ସମଗ୍ର ଆର୍ଥିକ ଭାଗିଦାରୀ(ଆରସିଇପି)ରେ ଏହି ୧୪ ଦେଶ ହସ୍ତାକ୍ଷର କରିବେ।

ମାଲେସିଆର ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ମହମ୍ମଦ ଆଜମୀନ ଅଲି କହିଛନ୍ତି, ଆଠ ବର୍ଷର କଠୋର ପରିଶ୍ରମ ପରେ ଆରସିଇପି ରାଜିନାମାରେ ହସ୍ତାକ୍ଷର କରିବାକୁ ଯାଉଛୁ। ଏହି ଚୁକ୍ତିନାମାରେ ଆସିୟାନର ୧୦ ଦେଶ ବ୍ୟତୀତ ଚୀନ, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସାମିଲ। କିନ୍ତୁ ଭାରତ ଏହି ସଂଗଠନରେ ସାମିଲ ହୋଇ ନାହିଁ।

ଭାରତ ପାଇଁ ଖୋଲା ରହିଛି ଦ୍ଵାର

ଅଧିକାରୀ କହିଛନ୍ତି, ଏହି ଚୁକ୍ତିନାମାରେ ସାମିଲ ହେବାକୁ ଭାରତ ପାଇଁ ପୁଣି ଥରେ ଦ୍ଵାର ଖୋଲା ରହିଛି। ରାଜିନାମା ଆଧାରରେ ନିଜର ବଜାରକୁ ବାଧ୍ୟତାମୂଳକ ଖୋଲିବା କାରଣରୁ ଦେଶରେ ଘରୋଇସ୍ତରରେ ଏହାର ତୀବ୍ର ବିରୋଧ  ହୋଇଥିଲା। ଫଳରେ ଭାରତ ଏହି ସଂଗଠନରୁ ଓହରି ଯାଇଥିଲା। ଜାପାନର ପ୍ରଧାନମନ୍ତ୍ରୀ ୟୋଶିଦିହେ ସୁଗା କହିଛନ୍ତି, ତାଙ୍କ ସରକାର ଏହି ରାଜିନାମାରେ ଭବିଷ୍ୟତରେ ଭାରତର ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ ସମର୍ଥନ ଦେବ। ଭାରତକୁ ମଧ୍ୟ ଅନ୍ୟ ଦେଶରୁ ସମର୍ଥନ ମିଳିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

   Related Posts