୧୧ବର୍ଷୀୟା ଗର୍ଲଫ୍ରେଣ୍ଡକୁ ନେଇ ଘରୁ ଫେରାର ହେଲା ୧୪ବର୍ଷୀୟ ନାବାଳକ : ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | November 17, 2020 IST

ନ୍ୟୁୟର୍କ ୧୭/୧୧: ଜଣେ ୧୪ବର୍ଷର ନାବାଳକ ନିଜ ୧୧ବର୍ଷର ଗର୍ଲଫ୍ରେଣ୍ଡକୁ କାରରେ ନେଇ ଘରୁ ଫେରାର ହୋଇ ଯାଇଛି। ପୁଅଟି ଚୁପ୍ କରି ବାପାଙ୍କ କାର୍ ବାହାର କରିଥିଲା ଏବଂ ନିଜେ ଡ୍ରାଇଭ କରି ଘରୁ ଫେରାର ହୋଇ ଯାଇଥିଲା। ସେ ହାଇଓ୍ବେରେ ଦୃତ ବେଗରେ କାର୍ ଚଲାଇଥିଲା।

୧୧ବର୍ଷର ଗର୍ଲଫ୍ରେଣ୍ଡକୁ ସାଥିରେ ନେଇ ଘରୁ ଚାଲିଯିବାର ଘଟଣାଟି ଘଟିଛି ଆମେରିକାରେ। ସେହିପରି ନାବାଳକଟି ତା ଗର୍ଲଫ୍ରେଣ୍ଡକୁ ତାଙ୍କ ଘରକୁ ଆସି ନିଜ ସହ ନେଇଯାଇଥିଲା। ୧୯୦୦କିଲୋମିଟର ପହଞ୍ଚି ସାରିଥିବା ପରେ ପୋଲିସ ତାକୁ ଧରିବାରେ ସଫଳ ହୋଇଥିଲା।

୧୪ବର୍ଷୀୟ ବାଳକର ନାଁ କେଭିନ୍ ଫିଗୁରୋସ୍। ସେ ନ୍ୟୁୟର୍କରୁ ଆୟୋଭା ରାଜ୍ୟକୁ ପହଞ୍ଚିଯାଇଥିଲା। ରବିବାର ଆୟୋଭାରେ ତାକୁ ଧରାଯାଇଥିଲା। ଏବେ ତାକୁ ନ୍ୟୁୟର୍କ ଆଣିବାକୁ ପ୍ରସ୍ତୁତି କରାଯାଉଛି।

ଗୁରୁବାର ନାବାଳକଙ୍କ ପରିବାର ଲୋକେ ତାଙ୍କ ପୁଅ ନିଖୋଜ ହେବାର ସୂଚନା ପୋଲିସକୁ ଦେଇଥିଲେ। ନାବାଳକ ନିଜ ବାପାଙ୍କ ଟୋୟୋଟା ମିନିଭ୍ୟାନ୍ ନେଇ ଘରୁ ଚାଲି ଯାଇଥିଲା।

ପୋଲିସର କହିବା ଅନୁସାରେ ସେହି ରାସ୍ତାରେ ସ୍ପିଡ ଲିମିଟ୍ ପ୍ରତି ଘଣ୍ଟାକୁ୧୦୪ କିମି ଥିବାବେଳେ ପୁଅଟି ପ୍ରତି ଘଣ୍ଟାକୁ ୧୫୦କିମି ବେଗରେ ଗାଡ଼ି ଚଲାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.