ନଭେମ୍ବର ୨୮ରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଚତୁର୍ଦ୍ଦଶ ପୁରୁଷ ହକି ବିଶ୍ବକପ : ଆଜି ସନ୍ଧ୍ୟାରେ ବିଶ୍ବକପ ଟ୍ରଫିର ଉନ୍ମୋଚନ

Published By : Prameya-News7 Bureau | November 12, 2018 IST

ଭୁବନେଶ୍ବର ୧୨/୧୧: ନଭେମ୍ବର ୨୮ରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଚତୁର୍ଦ୍ଦଶ ପୁରୁଷ ହକି ବିଶ୍ବକ। ଏଥିପାଇଁ ଆଜି ସନ୍ଧ୍ୟାରେ ବିଶ୍ବକପ ଟ୍ରଫିର ଉନ୍ମୋଚନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଓ ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନିରିନ୍ଦର ବାତ୍ରା ହକି ବିଶ୍ବକପ ଟ୍ରଫିର ଉନ୍ମୋଚନ କରିବେ। ଏହି ସ୍ବତନ୍ତ୍ର ଉତ୍ସବରେ କ୍ରିକେଟ ତାରକା ଅନୀଲ କୁମ୍ବଲେ,ସୁଟର ଗଗନ ନାରଙ୍ଗ,ବ୍ୟାଡମିଣ୍ଟନ ତାରକା ପୁଲୈଲା ଗୋପିଚାନ୍ଦ ପ୍ରମୁଖ  ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ହକି ପ୍ରେମୀଙ୍କୁ ଆକୃଷ୍ଚ କରିବାପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭାରତୀୟ ହକିକୁ ନେଇ ନିର୍ମିତ ବଲିଉଡ ଫିଲ୍ମ ଚକ୍ ଦେ ଇଣ୍ଡିଆର ଟାଇଟଲ ଗୀତ ଗାଇଥିବା ସୁଖବିନ୍ଦର ସିଂହ ଓ ତାଙ୍କ ଦଳ ସେହି ଟାଇଟଲ ଟ୍ରାକ ପରିବେଷଣ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.