Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଜାନୁୟାରୀ ୧୪ ହେବ ବର୍ଷର ସବୁଠୁ ଶୀତଳତମ ଦିନ, ଥଣ୍ଡାରେ ଥରିବ ଉତ୍ତର ଓ ମଧ୍ୟ ଭାରତ

10/01/2021 at 6:21 PM

ନୂଆଦିଲ୍ଲୀ ୧୦।୧: ଜାନୁୟାରୀ ୧୪ ତାରିଖ ଦିନ ଉତ୍ତର ଓ ମଧ୍ୟ ଭାରତରେ ଦିନ ତମାମ ଶୀତଳ ପବନ ବହିବା ସହ ବର୍ଷର ସବୁଠୁ ଥଣ୍ଡା ଦିନ ହୋଇପାରେ। ଜମ୍ମୁ-କାଶ୍ମୀର ଓ ଲଦ୍ଦାଖରେ ଭୀଷଣ ହୀମପାତ ହୋଇଥିବା ବେଳେ ହୀମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଅଦିନିଆ ବର୍ଷା ହୋଇଛି। ଏଣୁ ଏପରି ପାଗର ପୂର୍ବାନୁମାନ କରାଯାଇଛି।

ବର୍ଷା ଓ ତୁଷାରପାତ ଥମିବା ପରେ ଏବେ ଶୀତଳ ପବନ ବାହାରିଛି। ଏଣୁ ସମଗ୍ର ଉତ୍ତର, ପଶ୍ଚିମ, ମଧ୍ୟ ଓ ପୂର୍ବ ଭାରତୀୟ ରାଜ୍ୟମାନଙ୍କର ତାପମାତ୍ରାରେ ହ୍ରାସ ଦେଖା ଦେବ। ପ୍ରାୟ ୨ ଦଶନ୍ଧୀ ପରେ ଜାନୁୟାରୀ ପ୍ରଥମ ସପ୍ତାହରେ ଦେଶରେ ମୌସୁମୀ ଭଳି ପାଗ ସୃଷ୍ଟି ହୋଇଥିଲା। ଫଳରେ ଉତ୍ତର ପାର୍ବତ୍ୟାଞ୍ଚଳରେ ଭାରି ତୁଷାରପାତ ହୋଇଥିବା ବେଳେ ଦକ୍ଷିଣ ରାଜ୍ୟମାନଙ୍କରେ ଭୀଷଣ ବର୍ଷା ରେକର୍ଡ କରାଯାଇଛି।

ଜାନୁୟାରୀ ବର୍ଷା ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି। ସେପଟେ ଉତ୍ତରାଞ୍ଚଳ ପାହାଡମାନଙ୍କରେ ୫ରୁ ୮ ଫୁଟ ବହଳର ବରଫ ଜମିଯାଇଛି। ଦିଲ୍ଲୀରେ ୨ରୁ ୭ ଜାନୁୟାରୀ ପର୍ଯ୍ୟନ୍ତ ୫୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସାଧାରଣତଃ ଦିଲ୍ଲୀରେ ଜାନୁୟାରୀ, ଫେବୃଆରୀ ଓ ମାର୍ଚ୍ଚମାସକୁ ମିସାଇ କେବେ ଏତେ ବର୍ଷା ହୋଇନି। ସେହିପରି ଉତ୍ତର-ପଶ୍ଚିମ ରାଜ୍ୟମାନଙ୍କରେ ୨ରୁ ୩ଗୁଣା ଅଧିକ ବର୍ଷା ହୋଇଛି। ପାଗ ସଫା ହେବା ପରେ ଏବେ ପୁଣି ଶୀତର ପ୍ରକୋପ ବଢିବ ବୋଲି ଆକଳନ କରାଯାଉଛି।

   Related Posts