ମହାରାଷ୍ଟ୍ରରେ କରୋନାର ମହା ପ୍ରକୋପ, ସଂକ୍ରମିତ ସଂଖ୍ୟା ୨୫ ହଜାର ଟପିଲା, ମୁମ୍ବାଇରେ ସ୍ଥିତି ସଙ୍ଗୀନ

Published By : Prameya-News7 Bureau | May 13, 2020 IST

ମୁମ୍ବାଇ ୧୩।୦୫: କରୋନା ଭାଇରସ୍‌ରେ ପୂରା ଦେଶ ସଂଘର୍ଷ କରୁଛି। ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ଅତିକ୍ରମ କରିଛି। ମାତ୍ର କରୋନାରେ ମହାରାଷ୍ଟ୍ର ପୂରା ବେହାଲ ହୋଇ ପଡିଛି। ଦେଶର ଏକ ତୃତୀୟାଂଶ କରୋନା ସଂକ୍ରମିତ ଏକାକୀ ଏହି ରାଜ୍ୟରୁ। ବୁଧବାର ସନ୍ଧ୍ୟା ସୁଦ୍ଧା ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତାଙ୍କ ସଂଖ୍ୟା ୨୫  ହଜାର ଟପି ୨୫,୯୨୨ ହୋଇଛି।

ମହାରାଷ୍ଟ୍ରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୭୫କୁ ବୃଦ୍ଧି ଘଟିଛି। ବୁଧବାର ଗୋଟିଏ ଦିନରେ ୧୪୯୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪ ଜଣଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଆଶ୍ଵସ୍ତିକର କଥା, ପ୍ରାୟ ୨୨ ପ୍ରତିଶତ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବୁଧବାର ସୁଦ୍ଧା ଏହି ମହାମାରୀରୁ ଆରୋଗ୍ୟଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୫,୫୪୭ ହୋଇଛି।

{"id":269580,"sizeSlug":"large"}

ସବୁଠୁ ଅଧିକ ଚିନ୍ତାର ବିଷୟ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସହରର। ଏଠାରେ ସ୍ଥିତି ସଙ୍ଗୀନ ରହିଛି। ରାଜ୍ୟର ୬୦ ପ୍ରତିଶତ କରୋନା ସଂକ୍ରମିତଙ୍କ ଏକାକୀ ମୁମ୍ଵାଇରୁ। ଏଠାରେ ମୋଟ୍ ସଂକ୍ରମିତ ସଂଖ୍ୟା ୧୫,୭୪୭ରେ ପହଞ୍ଚିଛି। ମୁମ୍ବାଇରେ ଅଦ୍ୟାବଧି ୫୯୬ ଜଣଙ୍କ କରୋନାରେ ପ୍ରାଣହାନୀ ଘଟି ସାରିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨,୩୦, ୮୫୭ ନମୂନା ସଂଗ୍ରହ କରାଯାଇଛି। ଏଥି ମଧ୍ୟରୁ ୨,୦୩, ୪୩୯ ନମୂନାର ରିପୋର୍ଟ ନେଗେଟିଭ୍ ଆସିଛି।

{"id":269581,"sizeSlug":"large"}

ମୁମ୍ବାଇର ସବୁଠୁ ବସ୍ତି ଧାରାଭିରେ ବୁଧବାର ୬୬ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତ ସଂଖ୍ୟା ୧୦୨୮ ହୋଇଛି। ବୃହନମୁମ୍ବାଇ ମହାନଗରପାଳିକା(ବିଏମସି)ର ଜନୈକ ଅଧିକାରୀ ଏହି ସୂଚନା ଦେଇଛନ୍ତି। କରୋନା ମହାମାରୀରେ ଏହି ବସ୍ତିରେ ମୃତକଙ୍କ ସଂଖ୍ୟା ୩୧ରୁ ବଢି ୪୦ ହୋଇଛି। କିନ୍ତୁ ବୁଧବାର କରୋନା ଜନିତ ମୃତ୍ୟୁର କୌଣସି ରିପୋର୍ଟ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.