Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଜମ୍ମୁ-କଶ୍ମୀରରେ ସମାପ୍ତ ହେଲା ୧୪୯ ବର୍ଷ ପୁରୁଣା ‘ଦରବାର ମୁଭ’ ପ୍ରଥା, ପ୍ରତି ବର୍ଷ ବଞ୍ଚିବ ୨୦୦ କୋଟି

30/06/2021 at 6:57 PM

ଶ୍ରୀନଗର ୩୦।୦୬: ଜମ୍ମୁ-କଶ୍ମୀରର ଯୁଗ୍ମ ରାଜଧାନୀ ହେଉଛି  ଶ୍ରୀନଗର ଓ ଜମ୍ମୁ। ବର୍ଷର ଗୋଟିଏ ଛଅ ମାସ ଶ୍ରୀନଗର ତ ଅନ୍ୟ ଛଅ ମାସ ଜମ୍ମୁ ହୁଏ ରାଜଧାନୀ। ଏହି ପ୍ରଥାକୁ ‘ଦରବାର ମୁଭ’ କୁହାଯାଏ। ଏହି ସମୟରେ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇଥାଏ। ପରିଶେଷରେ ୧୪୯ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ଏହି ପ୍ରଥାର ଅନ୍ତ ଘଟିଛି। ଏଥିସହ ଜମ୍ମୁ-କଶ୍ମୀର ସରକାର ବୁଧବାର କର୍ମଚାରୀଙ୍କ ଦିଆଯାଉଥିବା ଅଭ୍ୟାସ୍ ଓ ବାସଭବନକୁ ରଦ୍ଦ କରିଛନ୍ତି।

ଉପ ରାଜ୍ୟପାଳ ମନୋଜ ସିହ୍ନା ଜୁନ ୨୦ରେ କହିଥିଲେ ଯେ, ପ୍ରଶାସନର ଇ ଅଫିସର କାମ ପୂରା ହୋଇ ସାରିଛି। ତେଣୁ ରାଜ୍ୟରେ ଦରବାର ପ୍ରଥାକୁ ଜାରି ରଖାଯିବାର କୌଣସି ଆବଶ୍ୟକତା ନାହିଁ। ଜମ୍ମୁ ଓ କଶ୍ମୀରେ ଦରବାର ମୁଭ  ଆଧାରରେ ଯେଉଁ ଅଧିକାରୀଙ୍କୁ ବାସଭବନ ଆବଣ୍ଟିତ କରାଯାଇଥିଲା, ତାକୁ ତିନି ସପ୍ତାହ ଭିତରେ ଖାଲି କରିବାକୁ କୁହାଯାଇଛି।

‘ଦରବାର ମୁଭ’ ସମାପ୍ତ ହେବାରୁ ବଞ୍ଚିବ ୨୦୦ କୋଟି ଟଙ୍କା

‘ଦରବାର ମୁଭ’ ପ୍ରଥା ସମାପ୍ତ  ହେବା ନିଷ୍ପତ୍ତିରେ ରାଜକୋଷରୁ ୨୦୦ କୋଟି ଟଙ୍କା ବଞ୍ଚିଯିବ। ଏହି ନିଷ୍ପତ୍ତି ପରେ ସରକାରୀ କାର୍ଯ୍ୟାଳୟ ଜମ୍ମୁ ଓ ଶ୍ରୀନଗରରେ ଦୁଇଟି ସ୍ଥାନରେ ସ୍ଵାଭାବିକ ଭାବେ କାର୍ଯ୍ୟ କରିବ। ଏହା ପୂର୍ବରୁ ରାଜଭବନ, ସଚିବାଳୟ, ସମସ୍ତ ପ୍ରମୁଖ କାର୍ଯ୍ୟାଳୟ ‘ଦରବାର ମୁଭ’ ଆଧାରରେ ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ଶୀତ ଓ ଗ୍ରୀଷ୍ମ ଋତୁରେ ସ୍ଥାନାନ୍ତର  ହେଉଥିଲା। ଶୀତ ଋତୁରେ ଜମ୍ମୁକୁ ସମସ୍ତ ପ୍ରମୁଖ କାର୍ଯ୍ୟାଳୟ ସ୍ଥାନାନ୍ତର ହେଉଥିବା ବେଳେ ଗ୍ରୀଷ୍ମ ଋତୁରେ ପୁଣି ଥରେ ଏହା ଶ୍ରୀନଗରକୁ ସ୍ଥାନାନ୍ତର ହେଉଥିଲେ। ଏଥିରେ ଅଧିକାରୀଙ୍କ ବଦଳି ନିୟମିତ ହୋଇ ଚାଲିଥିଲା। ଏହି ପ୍ରକ୍ରିୟାରେ ସରକାରଙ୍କ ରାଜକୋଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲା।

   Related Posts