ଦୁବାଇରୁ ଓଡ଼ିଶା ଅଭିମୁଖେ ବାହାରିଛନ୍ତି ୧୪୯ ଯାତ୍ରୀ : ପହଞ୍ଚିବା ପରେ କ୍ଵାରେଣ୍ଟିନରେ ରହିବେ, ମାନିବେ ସରକାରୀ ଗାଇଡଲାଇନ୍

Published By : Prameya-News7 Bureau | May 14, 2020 IST

ଭୁବନେଶ୍ୱର ୧୪/୦୫ : ଗଲ୍ଫ ସିଟି ଦୁବାଇରୁ ଭୁବନେଶ୍ବର ଫେରିଲେ ଫସି ରହିଥିବା ଯାତ୍ରୀ । ଓଡ଼ିଶା ଫେରିବା ପାଇଁ ୩୦୦ରୁ ଅଧିକ ପଞ୍ଜି କରଣ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୪୯ ଯାତ୍ରୀ ଫେରୁଛନ୍ତି । ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ସ୍ଥାନୀୟ ସମୟ ୩ଟାରେ ଦୁବାଇ ଛାଡ଼ିଥିବା ବେଳେ ରାତି ୯ଟା ୧୫ରେ ଭୁବନେଶ୍ବରରେ ପହଞ୍ଚିବ । କରୋନା ମହାମାରୀ ସମୟରେ ଦୁବାଇରୁ ଭୁବନେଶ୍ବରକୁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରିଥିବାରୁ ଯାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଆ ସମାଜ ୟୁଏଇକୁ ଧନ୍ୟବାଦ ଜଣାଇଛନ୍ତି ।… 

ଦୁବାଇରୁ ଓଡ଼ିଶା ଅଭିମୁଖେ ବାହାରିଛନ୍ତି ୧୪୯ ଯାତ୍ରୀ । ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ସ୍ଥାନୀୟ ସମୟ ଅପରାହ୍ନ ୩ଟାରେ ବାହାରିଛନ୍ତି। ରାତି ୯ଟା ୧୫ରେ ପ୍ରଥମ ଥର ପାଇଁ ଏହି ସ୍ବତନ୍ତ୍ର ବିମାନ ଭୁବନେଶ୍ବର ଏୟାରପୋର୍ଟରେ ଅବତରଣ କରିବ । ଓଡ଼ିଶା ଫେରିବା ପାଇଁ ପ୍ରାୟ ୩୦୦ରୁ ଅଧିକ ଓଡ଼ିଆ ପଞ୍ଜୀକରଣ କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ୧୪୯ ଯାତ୍ରୀ ଆସିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟମାନେ ଆସିବେ। ଓଡ଼ିଆମାନଙ୍କର ଘର ବାହୁଡ଼ା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ କରିଥିବାରୁ ଯାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।…

ଦୁବାଇରୁ ସିଧା ଭୁବନେଶ୍ବରକୁ କୌଣସି ଫ୍ଲାଇଟ୍ ନଥିଲା । ତେବେ କୋଭିଡ-୧୯ ବିପତ୍ତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର, କନସୁଲେଟ୍ ଜେନେରାଲ ଅଫ୍ ଇଣ୍ଡିଆ ଏବଂ ଓଡ଼ିଶା ସମାଜ ୟୁଏଇର ଅନୁରୋଧ ପରେ ଭୁବନେଶ୍ବରକୁ ସିଧା ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ପହଞ୍ଚିବା ପରେ ଯାତ୍ରୀମାନେ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ ଲାଇନ ପାଳନ କରିବେ । ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଫେରିପାରୁ ନାହାଁନ୍ତି, ସେମାନେ ପରବର୍ତ୍ତୀ ପର୍ଯ୍ୟାୟ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପରେକ୍ଷା କରିବାକୁ ଓଡ଼ିଶା ସମାଜ ୟୁଏଇ ପକ୍ଷରୁ ପରାମର୍ଶ ଦିଆଯାଇଛି ।…

ସଂଯୁକ୍ତ ଆରବର ବିଭିନ୍ନ ସଂସ୍ଥାରେ ହଜାର ହଜାର ଓଡ଼ିଆ କାମ କରୁଛନ୍ତି। କରୋନା ଯୋଗୁଁ ଅନେକ ଓଡ଼ିଆ ଚାକିରି ହରାଇ ଜନ୍ମମାଟିକୁ ଫେରିବାକୁ ବାହାରିଛନ୍ତି । ସେହିପରି ବିଭିନ୍ନ କାମରେ ଏବଂ ବୁଲିବାକୁ ଯାଇ ଅନେକ ଦୁବାଇରେ ଫସି ରହିଥିଲେ । ଏବେ ଘରବାହୁଡ଼ା ସେମାନଙ୍କୁ ଆସ୍ବସ୍ତ କରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.