ଭଲ ଖବର, ସୁସ୍ଥ ହେଲେ ଆଉ ୧୪୬ କରୋନା ଆକ୍ରାନ୍ତ
15/06/2020 at 3:06 PM

ମୁମ୍ବାଇ, ୧୫|୦୬ : ସୋମବାର ରାଜ୍ୟରେ ଆଉ ୧୪୬ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୨୮୫୪ରେ ପହଁଚିଛି ।
ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଟକର ସର୍ବାଧିକ ୨୬ ଜଣ ଥିବା ବେଳେ, ଖୋର୍ଧାର ୨୩, ଗଞ୍ଜାମର ୧୮, ମୟୂରଭଞ୍ଜର ୧୩, ଗଜପତିର ୧୨, ଭଦ୍ରକର ୧୧, ବଲାଙ୍ଗୀରର ୧୧, କନ୍ଧମାଳ, କୋରାପୁଟ ଓ ରାୟଗଡାରୁ ୫ ଜଣ ଲେଖାଏଁ ରହିଛନ୍ତି । ସେହିପରି କଳାହାଣ୍ଡିର ୪, ଯାଜପୁର ଓ ନୟାଗଡରୁ ୩ ଜଣ ଲେଖାଏଁ, ଢେଙ୍କାନାଳ, ନୂଆପଡା ଓ ପୁରୀରୁ ୨ଜଣ ଲେଖାଏଁ ଓ ଜଗତସିଂପୁରରୁ ଜଣେ ସୁସ୍ଥ ହୋଇଛନ୍ତି ।
Another 146 #Covid19 patients have recovered and are being discharged on 15.6.2020.
— H & FW Dept Odisha (@HFWOdisha) June 15, 2020
26 from Cuttack
23 from Khurdha
18 from Ganjam
13 from Mayurbhanj
12 from Gajapati
11 from Bhadrak
11 from Bolangir
5 each from Kandhamal, Koraput and Rayagada
4 from Kalahandi
(1/2)
ସୂଚନାଯୋଗ୍ୟ, ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତ ସଂଖ୍ୟା । ରାଜ୍ୟରେ ସୋମବାର ଆଉ ୧୪୬କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୫୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୮ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୧୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।