୧ ହଜାର ୪୪୬ ବର୍ଷ ଜେଲ: ସାମୁଦ୍ରିକ ଖାଦ୍ୟରେ କରିଥିଲେ ଜାଲିଆତି, ଥାଇଲାଣ୍ଡ କୋର୍ଟ ଦୁଇ ଜଣଙ୍କୁ ଶୁଣାଇଲେ ଦଣ୍ଡ

Published By : Prameya-News7 Bureau | June 11, 2020 IST

ହଙ୍ଗକଙ୍ଗ, ୧୧|୦୬:  ଜଣେ ଦୋଷୀକୁ ଅତିବେଶୀରେ କେତେ ବର୍ଷ ଜେଲ ହୋଇପାରେ ? ୧୦ ବର୍ଷ ନହଲେ ୨୦ ବର୍ଷ ନଚେତ ଆଜୀବନ ଜେଲଦଣ୍ଡ । କିନ୍ତୁ କେବେ ୧୪୪୬ ବର୍ଷ ଜେଲଦଣ୍ଡ ଶୁଣିଛନ୍ତି କି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

ଥାଇଲାଣ୍ଡରେ ୨ଜଣ ଯୁବକଙ୍କୁ ଏକ ଠକେଇ ମାମଲାରେ ୧୪୪୬ ବର୍ଷ ପାଇଁ ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ । ସୂଚନାନୁସାରେ, ଏକ ହୋଟେଲ ଲିମଗେଟ୍ ସିଫୁଡ୍ ରେଷ୍ଟୁରାଣ୍ଟ୍ ଖାଦ୍ୟ ଯୋଗାଇବା ପାଇଁ ଗ୍ରାହକଙ୍କଠୁ ଅଗ୍ରୀମ ଅର୍ଥ ରଖିଥିଲା । ପ୍ରୟ ୨୦ ହଜାର ବ୍ୟକ୍ତି ୫୦ ମିଲିୟନ ଥାଇ ଭଟ୍ ନାମକ ଏକ ଖାଦ୍ୟ ଅନଲାଇନରେ ଅର୍ଡର କରିଥିଲେ । କିନ୍ତୁ ହୋଟେଲ ଏତେ ପରିମାଣର ଖାଦ୍ୟ ଲୋକଙ୍କୁ ଯୋଗାଇବାରେ ବିଫଳ ହୋଇଥିଲା । ଲକଡାଉନ୍ ପାଇଁ ଖାଦ୍ୟ ଯୋଗାଇବାରେ ବିଫଳ ହୋଇଥିବା ହୋଟେଲ ବାହାନା କରିଥିଲା ।

ଏହି ହୋଟେଲଟି ଗତ ବର୍ଷ ଏକ ଅଫର ମାଧ୍ୟମରେ ଗ୍ରାହକଙ୍କୁ ଆକୃଷ୍ଟ କରିଥିଲା । ଏହାସହ ଗ୍ରାହକମାନେ ମଧ୍ୟ ଖାଦ୍ୟ ବୁକିଂ କରିଥିଲେ । ତେବେ ମାସମାସ ବିତି ଯାଇଥିଲେ ମଧ୍ୟ ହୋଟେଲ ତରଫରୁ ଗ୍ରାହକଙ୍କୁ ଖାଦ୍ୟ ଦିଆଯାଇନଥିଲା । ଏହି କଥା ପୋଲିସ ଯାଏଁ ଯାଇଥିଲା । ଏପରିକି କିଛି ଗ୍ରାହକ ଟଙ୍କା ଫେରସ୍ତ ପାଇଁ ହୋଟେଲକୁ କହିଥିଲେ ।  

ଏହି ଘଟଣାରେ ପୋଲିସ ଆପିଚାର୍ଟ ବୋଓ୍ୱର୍ଣ୍ଣବାଞ୍ଚାକ୍ ଓ ପ୍ରାପାସର୍ମ ବୋଓ୍ୱର୍ଣ୍ଣବାଞ୍ଚାକଙ୍କୁ ଗିରଫ କରିଥିଲା । ଏହାସହ ହୋଟେଲରୁ ମଧ୍ୟ ସିଲ୍ କରିଦିଆଯାଇଛି । ତେବେ ଏହି ବିରଳ ଜେଲଦଣ୍ଡ ଥାଇଲାଣ୍ଡରେ ନୂଆ ନୂହେଁ । ଏଠାରେ ଠକେଇ ଅଭିଯୋଗରେ ସର୍ବନିମ୍ନ ଜେଲଦଣ୍ଡ ହେଉଛି ୨୦ ବର୍ଷ ।

ସୂଚନାଯୋଗ୍ୟ, ୨୦୧୭ରେ ଥାଇ କୋର୍ଟ ଜଣେ ଦୋଷୀକୁ ୧୩ ହଜାର ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.