ଜାଗର ପାଇଁ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାରି ହେବ ୧୪୪ ଧାରା

Published By : Prameya-News7 Bureau | March 05, 2021 IST

ଭଦ୍ରକ, ୦୫/୦୩: ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରାକୁ ନେଇ କଟକଣା ଲଗୁ କରାଯାଇଥିବା ଜଣାପଡ଼ିଛି । ଆରଡ଼ି ପୀଠରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି । ଜାଗର ଯାତ୍ରା ପାଇଁ ୧୦ ତାରିଖ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ତାରିଖ ପର୍ଯ୍ୟନ୍ତ ପୀଠରେ ୧୪୪ ଧାରା ବଳବତ୍ତର ରହିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ଜାଗର ଯାତ୍ରI ପାଇଁ ମନ୍ଦିର ପରିସରରେ ନୀତିକାନ୍ତି ସହ ପୂଜାର୍ଚ୍ଚନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହେବା ସହ,ଜାଗର ଯାତ୍ରା ସମୟରେ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କେବଳ ସେବକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ସହ ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହେବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.