Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

ଯାଜପୁରରେ ୧୪୪ ଧାରା ଜାରି, ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

16/03/2020 at 2:57 PM

ଯାଜପୁର ୧୬।୦୩:  ରାଜ୍ୟରେ କରୋନାକୁ ମୁକାବିଲା ନେଇ ସମସ୍ତ ଜିଲ୍ଲା ପ୍ରଶାସନ ନିଜ ନିଜ ଦାୟିତ୍ବରେ ଲାଗିପଡିଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ, ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ନିଜର କର୍ତ୍ତବ୍ୟ କରିଚାଲିଛନ୍ତି । ରାଜ୍ୟର ଖୋର୍ଦ୍ଧା, ଗଞ୍ଜାମ, ରାୟଗଡା, ଢେଙ୍କାନାଳ ପରେ ଏବେ ଯାଜପୁର ଜିଲ୍ଲାରେ ମଧ୍ୟ ୧୪୪ ଧାରା ଲାଗୁ କରିଛି ଜିଲ୍ଲା ପ୍ରଶାସନ ।

ଯାଜପୁର ଜିଲ୍ଲାର ସମସ୍ତ ଧାର୍ମିକ ସମାବେଶ ଉପରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ  ରୋକ୍‌ ଲଗାଇଛନ୍ତି ଜିଲ୍ଲାପାଳ । ଏହା ସହ ୨୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାବାରୁଣୀ ସ୍ନାନକୁ ରଦ୍ଦ କରିଛି ପ୍ରଶାସନ। ଏହାଛଡ଼ା ବିରଜା ମନ୍ଦିରକୁ ଆସୁଥିବା ସମସ୍ତ ବାହାର ରାଜ୍ୟର ପର୍ଯ୍ୟଟକ ଗାଡ଼ିକୁ କୁଆଖିଆଠାରୁ ଫେରାଇ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ସମଗ୍ର ଜିଲ୍ଲାରେ ମଧ୍ୟ ୧୪୪ ଧାରା ବଳବତ୍ତର ରହିବ ବୋଲି ଜଣାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର କରୋନା ୱାର୍ଡ ପ୍ରସ୍ତୁତ ରହିଛି।

   Related Posts