ଗଞ୍ଜାମ: ସମସ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | May 08, 2020 IST

ଗଞ୍ଜାମ, ୦୮|୦୫: କରୋନା ସଂକ୍ରମିତଙ୍କ ସଂଖ୍ୟା ଗଞ୍ଜାମ ଜିଲ୍ଲାରେ ବଢିବାରେ ଲାଗିଛି । ଏବେସୁଦ୍ଧା ଏହି ଜିଲ୍ଲାରୁ ୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ଏପରିକି ସମସ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ୧୪୪ ଧାରା ଜାରି କରାଯାଇଛି ।

ଏତତ୍ ବ୍ୟତୀତ କେନ୍ଦ୍ରର ୧୦୦ ମିଟର ଦୂରତା ପର୍ଯ୍ୟନ୍ତ  ଗହଳିଚହଳିକୁ ନିଷେଧ କରାଯାଇଛି । ଜିଲ୍ଲାରେ କୋରନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ଏଥିରେ ଜିଲ୍ଲାବାସୀ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । କିନ୍ତୁ ସମସ୍ଥେ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି ।

ସେପଟେ ପୋଲସରା ଢୁଙ୍କାପଡା ପଞ୍ଚାୟତରେ ଥିବା କ୍ବାରେଣ୍ଟାଇନକେନ୍ଦ୍ରରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.