ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ, ସହରର ୭ଟି ସ୍ଥାନରେ ୧୪୪ ଧାରା ଜାରି

Published By : Prameya-News7 Bureau | August 13, 2020 IST

ସମ୍ବଲପୁର ୧୩।୦୮: ସମ୍ବଲପୁର ସହରର ପୁଣି ୭ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା । ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୭ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

{"id":313781,"sizeSlug":"large"}

 ତେବେ ୧୪୪ଧାରା ଜାରି ହୋଇଥିବା ସ୍ଥାନ ଗୁଡିକ ହେଲା ଖେତରାଜପୁରର କଡାମାଲ, ଖେତରାଜପୁରର କଲ୍ୟାଣୀ ରେସିଡେନ୍ସି , ମୋଦିପଡାର ଦେଉଳବନ୍ଧ, ଚର୍ଚ୍ଚ ସାମ୍ନାର ଖ୍ରୀଷ୍ଚିଆନ ପଡା,  ବୁଢାରଜାର ଶାନ୍ତି ନଗର, ପେନସନପଡା, ଦୁର୍ଗାପାଲିର ତଳି ପଡା । ଏହି ୭ ଟି ଅଂଚଳରେ ୧୪୪ ଧାରା ଲାଗୁ ହୋଇଛି । ଅଞ୍ଚଳର ୧୦୦ ମିଟର ବ୍ୟାସାର୍ଦ୍ଧ ଭିତରେ ସାଧାରଣ ଲୋକଙ୍କୁ ପ୍ରବେଶ କରିବା ପାଇଁ ମନା  କରାଯାଇଛି । କେତେକ କଟକଣା ମଧ୍ୟ ଜାରି କରାଯାଇଛି । ଯଦି କେହି କଟକଣା ନମାନନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ବଢୁଥିବାରୁ ଦେଖି ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ |

{"id":313782,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.