Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ପାଣିରେ ଗୋଡ଼ ବୁଡାଇଲେ ଜରିମାନା , ପେଣ୍ଠ ସମୁଦ୍ରକୂଳରେ ଲାଗୁ ହେଲା ୧୪୪ ଧାରା

18/11/2020 at 8:50 AM

ପଟ୍ଟାମୁଣ୍ଡାଇ ୧୮।୧୧: ସମୁଦ୍ର ପାଣିରେ ଗୋଡ଼ ମାରିଲେ ଏଣିକି ନିଆଯିବ କାର୍ଯ୍ୟାନୁଷ୍ଠାନ । ଏପରି କିଛି ନିଷ୍ପତ୍ତି ନେଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । କେନ୍ଦ୍ରାପଡ଼ା ରାଜନଗର ପେଣ୍ଠ ସମୁଦ୍ରକୂଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଲାଗୁ କରାଯାଇଛି ।

ଖବର ଅନୁଯାୟୀ ସମୁଦ୍ର ପାଣି ରେ ଗୋଡ ବାଜିଲେ ଭରିବାକୁ ପଡିବ ଜୋରିମାନା । ଏମିତିଏକ ନିୟମ କରିଛି ପେଣ୍ଢ ସମୁଦ୍ର କୁଳରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ନାଲି ପତାକା ଲଗାଇ ସର୍ବସାଧାରଣ ଲୋକଙ୍କୁ ଅବଗତ କରାଇବା ସହିତ ଆଜି ଠାରୁ ୧୪୪ ଧାରା ଲାଗୁକରିନ୍ତି । ଗତ ୧୫ ଦିନ ମଧ୍ୟରେ ରାଜନଗର ପେଣ୍ଢ ସମୁଦ୍ର କୁଳରେ ଦୁଇ ଜଣ ଇଞିନିଅର ଛାତ୍ର ଙ୍କ ସମୁଦ୍ର ରେ ଗାଧୋଇବା ବଳେ ଜୀବନ ଯିବାରୁ ଏଭଳି ନିଷ୍ପତି ନେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ।

ଗତ ୧ ତାରିଖ ରେ ଯାଜପୁର ଜିଲ୍ଲା ଜରି ଗାଁ ର ଗୌରବ ରଥ ଓ ଗତ ୧୫ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଗୁପ୍ତିରା ଗାଁ ର ସତ୍ୟଜିତ ବାଇ ପେଣ୍ଢ ସମୁଦ୍ର କୁଳରେ ବୁଲିବାକୁ ଯାଇ ଗାଧୋଇବା ସମୟରେ ପାଣିରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି । ଗୌତମ ଙ୍କର ମୃତ ଦେହ ମିଳିଥିବା ବେଳେ ଏଯାବତ ସତ୍ୟଜିତଙ୍କ ମୃତ ଦେହ ମିଳିପାରିନାହିଁ । ଅନ୍ୟପଟେ କୋଭିଡ କଟକଣା ସମୟରେ ସବୁ ପର୍ଯ୍ୟଟନ ସ୍ଥଳୀ ବନ୍ଦ ପଡିଥତ୍ବା ବଳେ ପେଣ୍ଢକୁ ପ୍ରସାସନ ତରଫରୁ କଟକଣା ଲଗାଯାଇନଥିଲା  ଯେଉଥତ୍ପାଇଁ ଏଠାକୁ ପର୍ଯୟଟକଙ୍କ ସଂଖ୍ୟା ବେଶ ବଢିବାରେ ଲାଗିଥିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିବାରୁ ଆଜି ଠାରୁ ପ୍ରସାସନ ତରଫରୁ ୧୪୪ ଧାରା ଲଗାଇବା ସହିତ ସମୁଦ୍ର ପାଣିରେ ଗୋଡବୁଡାଇବାକୁ ମଧ୍ୟ କଟକଣା ଲଗାଯାଇଛି । ଆଉ ଏଥରୁ ଖିଲାପ ହେଲେ ପର୍ଯୟଟକଙ୍କୁ ଜରିମାନା କରାଯିବ ବୋଲି ସୂଚନା ଦିଆଯାଇଛି । 

   Related Posts