ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର : କେନ୍ଦ୍ରାପଡା ଟାଉନ ଅଞ୍ଚଳରେ ୧୪୪ ଧାରା

Published By : Prameya-News7 Bureau | July 25, 2021 IST

କେନ୍ଦ୍ରାପଡ଼ା ୨୫।୦୭: ଗ୍ୟାଙ୍ଗଷ୍ଟାର ହାଇଦରର ଏନକାଉଣ୍ଟର ପରେ କେନ୍ଦ୍ରାପଡା ଟାଉନ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି। ଟାଉନ ସମେତ ସହର ଉପକଣ୍ଠ ରେ ଥିବା ୪ ଗୋଟି ପଂଚାୟତରେ ୧୪୪ ଧାରା ଲାଗୁ ହୋଇଛି। ବାରିମୂଳ, ଗୁଲନଗର, କପାଳେଶ୍ୱର ଓ ଯମଧର ଗ୍ରାମପଞ୍ଚାୟତ ରେ ୧୪୪ ଧାରା ଜାରି କରିଛନ୍ତି ଜିଲ୍ଲାପାଳ ଅମୃତ ୠତୁରାଜ । ଏହି କଟକଣା ଜୁଲାଇ ୩୦ ତାରିଖ ଦିନ ୧୧ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି । ଏହି ସମୟରେ ସକାଳ ୭ ଟାରୁ ଦିନ ୧୧ ମଧ୍ୟରେ ଗ୍ରୋସରି ଓ ଆମିଷ ଦୋକାନ ଖୋଲା ରହିବ। ଏହା ବ୍ୟତୀତ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ସେହିପରି ହୋଟେଲ ଓ ରେସ୍ତୋରାଁ ରୁ ଲୋକମାନେ ଖାଦ୍ୟ ପାର୍ଶଲ ନେଇ ପାରିବେ। କୌଣସି ଜାଗାରେ ୫ ଜଣରୁ ଅଧିକ ଲୋକ ମେଳି କରି ପାରିବେ ନାହିଁ। ସେହିପରି ଦିନ ୧୧ ଟା ପରେ ସହରରେ ଟ୍ରାଫିକ କଟକଣା କଡ଼ାକଡ଼ି କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.