ଆଠଗଡ଼ ୧୧/୧୧: ଶୁକ୍ରବାର ଅଁଳାନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅର୍ଥାତ୍ ନଭେମ୍ବର ୧୯ ଯାଏଁ ୮ ଦିନ ଧରି ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ । ଆସନ୍ତା କାଲି ଅଁଳାନବମୀ ଥିବାରୁ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି କାଲିଠାରୁ ପଞ୍ଚକ ସମେତ ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ପୀଠରେ ୧୪୪ ଧାରା ଜାରି କରିବା ସହିତ ଭକ୍ତ, ଶ୍ରଦ୍ଧାଳୁ ଏବଂ ହବିଶ୍ୟାଳୀମାନଙ୍କୁ ପୀଠକୁ ନଆସିବା ପାଇଁ ବାରଣ କରାଯାଇଛି ।
{"id":542351,"width":641,"height":356,"sizeSlug":"full","linkDestination":"none"}କେବଳ ପୂଜକ ସମିତି ପକ୍ଷରୁ ସମସ୍ତ ପ୍ରକାରର ରୀତିନୀତି କରାଯିବ ବୋଲି ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ । ବଡ଼ଓଷାର ଗଜଭୋଗ ପୀଠ ବିତରଣ ପାଇଁ ନିଷ୍ପତି ନିଆଯାଇଛି ।