ଆଜି ପବିତ୍ର ମହାଶିବରାତ୍ରି, ପ୍ରସିଦ୍ଧ ଶୈବ ପୀଠ ମହାବିନାୟକରେ ୧୪୪ ଧାରା ଲାଗୁ

Published By : Prameya-News7 Bureau | March 11, 2021 IST

ଚଣ୍ଡିଖୋଲ ୧୧।୦୩ : ଆଜି ପବିତ୍ର ମହାଶିବରାତ୍ରି । ରାଜ୍ୟର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇପଡିଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ଶୈବ ପୀଠରେ ୧୪୪ଧାରା ଲାଗୁ କରାଯାଇଛି ।

{"id":421044,"sizeSlug":"large","linkDestination":"none"}

ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ରୀତିନୀତି ଅନୁସାରେ କେବଳ ପୂଜାର୍ଚ୍ଚନା ଚାଲୁରହିଛି । ଭକ୍ତଙ୍କୁ ମନ୍ଦିର ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ସେହିପରି କୌଣସି ଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନାହିଁ । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମଧ୍ୟ ରାତ୍ରିରେ ମହାଦୀପ ଉଠିବା ପାଇଁ ମନ୍ଦିର କମିଟି ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.