ରାଜଧାନୀରେ ଆଜିଠୁ ୧୪୪ ଧାରା, ଅମାନିଆଙ୍କୁ ମିଳିବ ଉଚିତ୍‌ ଦଣ୍ଡ

Published By : Prameya-News7 Bureau | April 17, 2021 IST

ଭୁବନେଶ୍ୱର ୧୭।୦୪: ବଢୁଛି କରୋନା ସଂକ୍ରମଣ,  ଆକ୍ସନରେ ପ୍ରଶାସନ । ରାଜଧାନୀରେ ଆଜିଠାରୁ ୧୪୪ଧାରା ଜାରି କରାଯାଇଛି । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ । ଅନ୍ୟ ସମସ୍ତ ସେବା ଉପରେ ରୋକ୍‌ ଲଗାଯାଇଛି । ରାତି ୮ଟାରୁ ଲୋକଙ୍କୁ କଟକଣା ନେଇ ସଚେତନ କରାଯିବ ।  ଏହାପରେ ରାତି ୯ଟା ପରେ କୌଣସି ଲୋକଙ୍କ ବାହାରେ ବୁଲିବା ଉପରେ କଟକଣା ଲାଗିବ । ଯଦି କେହି ବାହାରେ ବୁଲୁଥିବାର ଦେଖିବାକୁ ମିଳେ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଖାସ୍‌ କରି ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ କଟକରେ ନାଇଟ୍ କର୍ଫ୍ୟୁକୁ ନେଇ ୨୩ଟି ସ୍ଥାନରେ ଚେକ୍ ପଏଣ୍ଟ ହୋଇଛି । ଏହି ସମୟରେ ସହରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ପୋଲିସ କମିଶନର ପ୍ରତିକ୍ରିୟା ରଖିଛନ୍ତି । ଏହାସହ ପିସିଆର ଭ୍ୟାନ୍ ପଇଁତରା ମାରିବ । ନାଇଟ୍ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି । ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ଲୋକ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ । ଅମାନିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି । ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପୋଲିସ କମିଶନର ଅପିଲ କରିଛନ୍ତି ।

wp:embed {"url":"http://www.prameyanews7.com/23-checkpoint-in-cuttack-for-night-curfew/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/23-checkpoint-in-cuttack-for-night-curfew/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.